ରେକର୍ଡ଼ ପରିମାଣରେ ଧାନ ସଂଗ୍ରହ

ଭୁବନେଶ୍ୱର: ଆଜି ରବି ଧାନ ସଂଗ୍ରହ ପ୍ରକ୍ରିୟା ସରିଛି। ଉଭୟ ଖରିଫ ଓ ରବିକୁ ମିଶାଇ ଏଥର ସରକାର ଚାଷୀଙ୍କ ପାଖରୁ ୫୪ ଲକ୍ଷ  ୪ ହଜାର ମେଟ୍ରିକ ଟନ ଧାନ କିଣିଛନ୍ତି। ଏହି ତଥ୍ୟ  ଆହୁରି ବଢିପାରେ। କାରଣ ମଣ୍ଡିରେ ପଡିରହିଥିବା ଧାନ କିଣିବା ପାଇଁ ଆଉ ଦୁଇଦିନ ଅଧିକ ସମୟ ନେଇଛି ଯୋଗାଣ ବିଭାଗ। ତେବେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବା ଜଣାପଡ଼ିଛି। ୨୦୧୩-୧୪ ବର୍ଷରେ ଖରିଫ ଓ ରବିକୁ […]

paddy-in-mandi

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 08:36 PM IST

ଭୁବନେଶ୍ୱର: ଆଜି ରବି ଧାନ ସଂଗ୍ରହ ପ୍ରକ୍ରିୟା ସରିଛି। ଉଭୟ ଖରିଫ ଓ ରବିକୁ ମିଶାଇ ଏଥର ସରକାର ଚାଷୀଙ୍କ ପାଖରୁ ୫୪ ଲକ୍ଷ  ୪ ହଜାର ମେଟ୍ରିକ ଟନ ଧାନ କିଣିଛନ୍ତି। ଏହି ତଥ୍ୟ  ଆହୁରି ବଢିପାରେ। କାରଣ ମଣ୍ଡିରେ ପଡିରହିଥିବା ଧାନ କିଣିବା ପାଇଁ ଆଉ ଦୁଇଦିନ ଅଧିକ ସମୟ ନେଇଛି ଯୋଗାଣ ବିଭାଗ। ତେବେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବା ଜଣାପଡ଼ିଛି।

୨୦୧୩-୧୪ ବର୍ଷରେ ଖରିଫ ଓ ରବିକୁ ମିଶାଇ ସଂଗ୍ରହ ହୋଇଥିଲା ୪୨ ଲକ୍ଷ ମେଟ୍ରିକ ଟନ ଧାନ। ୨୦୧୪-୧୫ ବର୍ଷରେ ୫୨ ଲକ୍ଷ ୪୫ ହଜାର ଓ ୧୫-୧୬ରେ ୫୦ ଲକ୍ଷ ୮୭ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଏଥର ସରକାର ୭ ଲକ୍ଷ ୪୨ ହଜାର ଚାଷୀଙ୍କ ପାଖରୁ ପି-ପାସ ମାଧ୍ୟରେ ଏହି ଧାନ କିଣାଯାଇ ୬,୪୩୩ କୋଟି ଟଙ୍କା ଦିଆଯାଇଛି।

Related story