ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ‘କରୋନା’, ମହିଷାଖାଲ ବସ୍ତିରୁ ୪୫ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୧ ଲୋକାଲ କେସ୍। ତେବେ ଚିନ୍ତା ବଢ଼ାଛି ବିଜେବି ନଗର ମହିଷାଖାଲ ବସ୍ତି। ଏଠାରୁ ୪୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 24th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/cXFvZudJIy— BMC (@bmcbbsr) July 24, 2020
ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ, ନୟାପଲ୍ଲୀ ସୀତାପୁର ବସ୍ତରୁ ୨୦, ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬, ନୟାପଲ୍ଲୀ ଗାନ୍ଧିବସ୍ତିରୁ ୬, ୟୁନିଟ-୩ ମାଳି କଲୋନୀରୁ ୫, ପାଣ୍ଡରା ଜିଜିପି କଲୋନୀରୁ ୫, ଲକ୍ଷ୍ମୀସାଗରରୁ ୫, ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪, ୟୁନିଟ-୧ ଅଞ୍ଚଳରୁ ୪, ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି IRC ଭିଲେଜର ୨ଟି ଜାଗାରୁ ୬, ସାଲିଆସାହିରୁ ୩, ନୟାପଲ୍ଲୀରୁ ୩, ଶୈଳଶ୍ରୀ ବିହାରରୁ ୩, ଚିନ୍ତାମଣିଶ୍ୱରରୁ ୩, ନୟାପଲ୍ଲୀ ବେହେରାସାହିରୁ ୩, IRC ଭିଲେଜ N6 ଅଞ୍ଚଳରୁ ୩, ଖଣ୍ଡଗିରିରୁ ୪, ଲକ୍ଷ୍ମୀସାଗରରୁ ୨, କେନ୍ଦ୍ରୀୟ ହସ୍ପିଟାଲରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଆଜି ୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୭୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୮୭୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।