‘ରବିବାର ଆସ ଲାପ୍‌ଟପ୍‌ ନେଇଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଭିନେତ୍ରୀଙ୍କ ବିବାଦୀୟ ପ୍ରେମ କାହାଣୀ ଦିନକୁ ଦିନ ଭିନ୍ନ ମୋଡ଼ ନେଉଥିବା ବେଳେ ଏବେ ଏକ ନୂଆ ଅଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଆନ୍ଧ୍ର ଯୁବକଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ସମ୍ପୃକ୍ତ ଯୁବକଙ୍କୁ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକଙ୍କ ପୁରୁଷ ବନ୍ଧୁ ଲାପଟପ୍‌ ଏବଂ ଅନ୍ୟାନ୍ୟ ଜିନିଷ ଫେରାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି  ଚିନ୍ମୟୀଙ୍କ ପୁରୁଷ ବନ୍ଧୁ। ତେବେ ଯୁବକ ଜଣକ ରବିବାର ଆସିବାକୁ କହୁଥିବା ଫୋନ୍‌ରେ […]

7690

Tapas Behera
  • Published: Friday, 27 December 2019
  • , Updated: 27 December 2019, 05:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଭିନେତ୍ରୀଙ୍କ ବିବାଦୀୟ ପ୍ରେମ କାହାଣୀ ଦିନକୁ ଦିନ ଭିନ୍ନ ମୋଡ଼ ନେଉଥିବା ବେଳେ ଏବେ ଏକ ନୂଆ ଅଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଆନ୍ଧ୍ର ଯୁବକଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ସମ୍ପୃକ୍ତ ଯୁବକଙ୍କୁ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକଙ୍କ ପୁରୁଷ ବନ୍ଧୁ ଲାପଟପ୍‌ ଏବଂ ଅନ୍ୟାନ୍ୟ ଜିନିଷ ଫେରାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି  ଚିନ୍ମୟୀଙ୍କ ପୁରୁଷ ବନ୍ଧୁ। ତେବେ ଯୁବକ ଜଣକ ରବିବାର ଆସିବାକୁ କହୁଥିବା ଫୋନ୍‌ରେ ଶୁଣିବାକୁ ମିଳୁଛି। ଏନେଇ ଉକ୍ତ ଅଡ଼ିଓଟି ଏବେ ସାମ୍ନାକୁ ଆସିଛି। ତେବେ ଫୋନ୍‌ରେ ଉଭୟ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳିଛି। ରବି ତାଙ୍କୁ ଲାପଟପ୍‌ ଏବଂ ଗୋଲଡ୍‌ ଚେନ ଦେଇଥିବା କଥା କହୁଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଝଗଡ଼ା ନ ଲାଗି ବିବାଦର  ଆପୋଷ ବୁଝାମଣା ପାଇଁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ କହୁଥିବା ଶୁଣିବାକୁ ମିଳିଛି।

ଉଲ୍ଲେଖନୀୟ ଯେ,ପଦ୍ମ ରାଜୁ ରବିକୁମାର ନାମକ ଜଣେ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା ଓ ଲୁଟ୍‌ କରିଥିବାର ଅଭିଯୋଗ ଆଣିଥିଲେ।  ପ୍ରେମ  ଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ରବି କୁମାର ଅଭିଯୋଗ କରିଥିଲେ । ଓଲିଉଡ ଅଭିନେତ୍ରୀ ଜଣଙ୍କ ପ୍ରତାରଣା କରିବା ପରେ ଯୁବକ ଜଣଙ୍କ ଏନେଇ ଡିଜିପି ଏବଂ ଡିସିପିଙ୍କୁ  ମେଲ ଯୋଗେ ଜଣାଇଥିଲେ। ପରେ ଏହି ଅଭିଯୋଗ ଉପରେ ପାଲଟା ଅଭିଯୋଗ ଆଣିଥିଲେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ

ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଚିନ୍ମୟୀ କହିଥିଲେ ଯେ, ‘ଜଣେ ସେଲେବ୍ରିଟି ଭାବରେ ଏପରି ଅନେକ ଅସୁବିଧା ହୋଇଥାଏ। ସେହି ଯୁବକଙ୍କ ସହିତ ମୋର ଫେସ୍‌ବୁକରୁ ଚିହ୍ନା ହୋଇଥିଲା। ସେ ମୋର ଫ୍ୟାନ୍‌ ବୋଲି ପ୍ରଥମେ ତାଙ୍କର ପରିଚୟ ଦେଇଥିଲେ। ପରେ ମୁଁ ତାଙ୍କୁ ନମ୍ୱର ଦେଇଥିଲି ଏବଂ ସେ ମୋ ସହିତ କଥା ହୋଇଥିଲେ। ଜଣେ ସାଙ୍ଗ ଭାବରେ ସେ ମୋ ପାଖକୁ ବମ୍ୱେରୁ ଓଡ଼ିଶା ଦେଖା କରିବା ପାଇଁ ଆସିଥିଲେ।’

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି, ‘ଓଡ଼ିଶା ଆସିବା ପରେ ମୁଁ ତାଙ୍କର ଭଲରେ ଆଦର ସତ୍କାର କରି ଓଡ଼ିଶାର ସମସ୍ତ ସ୍ଥାନ ବୁଲାଇଥିଲି। ତାଙ୍କୁ କିଛି ଟଙ୍କାର ଆବଶ୍ୟକତା ଥିଲା, ତେଣୁ ମୁଁ ତାଙ୍କୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲି। ସେହି ଟଙ୍କାରୁ ସେ ମୋତେ ୫୦ ହଜାର ଟଙ୍କା ଫେରାଇ ଦେଇଛନ୍ତି କିନ୍ତୁ ବଳକା ଫେରାଇ ନାହାନ୍ତି।’ କିନ୍ତୁ ସାଙ୍ଗଠାରୁ ଅଧିକ ଆଶା କରି ବିବାହ ପ୍ରସ୍ତାବ ଦେବାରୁ ମୁଁ ମନା କରିଥିଲି। ତାଙ୍କ କଥାରେ ରାଜି ନହେବାରୁ ସେ ମୋତେ ମିଡିଆରେ ଫ୍ଲାସ୍‌ କରିବି ବୋଲି ଧମକ ଦେଇଥିଲେ। ସେଥିପାଇଁ ଏବେ ମୋ ନାଁରେ ଏପରି ଅଭିଯୋଗ କରିଛନ୍ତି। ଯାହାର କୌଣସି ସତ୍ୟତା ନାହିଁ। ହେଲେ ଏବେ ଆଉ ଏକ ଅଡ଼ିଓ ଆସିବା ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି।

https://youtu.be/bJ_qpIgOUMQ

Related story