କିନ୍ନରଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଗଣ୍ଡଗୋଳ, ପରେ ହତ୍ୟା!

ଯାଜପୁର(ଅଭୟ ପତି): ଦୁଇ କିନ୍ନରଙ୍କ ସହିତ ଦୁଇ ଯୁବକଙ୍କ ଶାରୀରିକ ସମ୍ପର୍କ! ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଆଉ ତା’ପରେ ଘଟିଥିଲା ହତ୍ୟାକାଣ୍ଡ। ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାର ଆଜି ପର୍ଦ୍ଦାଫାସ୍‌ ହୋଇଛି। ଯାଜପୁର ଜିଲ୍ଲାରେ ଘଟିଥିବା ଏହି ମାମଲାରେ ଦୁଇ କିନ୍ନରଙ୍କ ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୁଲିସ୍‌। ଏହାଛଡ଼ା ଆଉ ଜଣେ ନାବାଳକ ଅଭିଯୁକ୍ତକୁ ଜାଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି। ଗତ ୨ […]

Transgender

Manoranjan Sial
  • Published: Monday, 13 September 2021
  • , Updated: 13 September 2021, 08:16 PM IST

ଯାଜପୁର(ଅଭୟ ପତି): ଦୁଇ କିନ୍ନରଙ୍କ ସହିତ ଦୁଇ ଯୁବକଙ୍କ ଶାରୀରିକ ସମ୍ପର୍କ! ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଆଉ ତା’ପରେ ଘଟିଥିଲା ହତ୍ୟାକାଣ୍ଡ। ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାର ଆଜି ପର୍ଦ୍ଦାଫାସ୍‌ ହୋଇଛି। ଯାଜପୁର ଜିଲ୍ଲାରେ ଘଟିଥିବା ଏହି ମାମଲାରେ ଦୁଇ କିନ୍ନରଙ୍କ ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୁଲିସ୍‌। ଏହାଛଡ଼ା ଆଉ ଜଣେ ନାବାଳକ ଅଭିଯୁକ୍ତକୁ ଜାଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି।

ଗତ ୨ ତାରିଖ ରାତିରେ ପାଣିକୋଇଲି ଥାନା ଜହ୍ନା ଗାଁର ବିଜୟ ସାହୁ ଓ ମାନସ ଦାସ, ଦୁଇ ଜଣ କିନ୍ନିରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ କିନ୍ନରମାନେ ଫୋନ୍‌ କରି ଭଦ୍ରକରୁ ସତ୍ୟଜିତ ବେହେରା, ମନୋଜ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ବେହେରା ଓ ଜଣେ ନାବାଳକଙ୍କୁ ଡକାଇଥିଲେ। ସେମାନେ ସଙ୍ଗବଦ୍ଧ ଭାବେ ବିଜୟ ଓ ମାନସଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯାହାଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲେ। ପରେ ଧରାପଡ଼ିଯିବା ଭୟରେ ସେମାନେ ଏହାକୁ ହତ୍ୟାର ରୂପ ଦେଇଥିଲେ।

ବିଜୟ ଓ ମାନସଙ୍କ ମୃତଦେହକୁ ଆଣି ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଏକ ବ୍ରିଜ୍‌ ଉପରେ ରଖି ପଳାଇ ଯାଇଥିଲେ। ୩ ତାରିଖ ସକାଳେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପାରିପାର୍ଶ୍ୱିକ ସ୍ଥିତି ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହା ଏକ ସଡ଼କ ଦୁର୍ଘଟଣା ନୁହେଁ ବୋଲି ଜାଣିବାକୁ ପାଇଥିଲା। ପରେ ଅନ୍ୟାନ୍ୟ ଦିଗ ଉପରେ ଆଖି ପକାଇଥିଲା ପୁଲିସ। ସାଇଣ୍ଟିଫିକ୍‌ ତଥ୍ୟ ଆଧାରରେ କେତେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ। ଆଉ ତା’ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟାଇଛି। ଏହି ମାମଲାରେ ପୁଲିସ ଦୁଇ କିନ୍ନର ଓ ଜଣେ ନାବାଳକ ସମେତ ସତ୍ୟଜିତ ବେହେରା, ମନୋଜ ସାହୁ,ରାଜେନ୍ଦ୍ର ସାହୁ ଓ ମନୋଜ ବେହେରାଙ୍କୁ ହେପାଜତକୁ ନେଇଛି। ପଚରା ଉଚରା ପରେ ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେନାଇଲ ଜଷ୍ଟସ୍‌ ବୋର୍ଡରେ ହାଜର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ରାହୁଲ ପିଆର୍‌।

Related story