ସୂଚନା ପାଇଲେ ଏହି ନମ୍ୱରରେ ଫୋନ୍‌ କରନ୍ତୁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦକା ଦାସପୁରରୁ ମିଳିଥିବା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଏପରି ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ମଧ୍ୟ କମିଶନରେଟ୍‌ ପୁଲିସ ପାଉନି। ପରିଚୟ ପାଇବା ପାଇଁ ମହିଳାଙ୍କ ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରିଲା ପୁଲିସ। ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨ଟି ଫୋନ୍‌ ନମ୍ୱର ଜାରି କଲା ପୁଲିସ। 8280338323 ଓ 8280338296 ନମ୍ବରରେ ସୂଚନା ଦେଇପାରିବେ ବୋଲି ପୁଲିସ କହିଛି। ସେପଟେ ମୃତ ମହିଳାଙ୍କ […]

8nb1-1-1

Manoranjan Sial
  • Published: Saturday, 06 February 2021
  • , Updated: 06 February 2021, 03:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦକା ଦାସପୁରରୁ ମିଳିଥିବା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଏପରି ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ମଧ୍ୟ କମିଶନରେଟ୍‌ ପୁଲିସ ପାଉନି। ପରିଚୟ ପାଇବା ପାଇଁ ମହିଳାଙ୍କ ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରିଲା ପୁଲିସ। ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨ଟି ଫୋନ୍‌ ନମ୍ୱର ଜାରି କଲା ପୁଲିସ। 8280338323 ଓ 8280338296 ନମ୍ବରରେ ସୂଚନା ଦେଇପାରିବେ ବୋଲି ପୁଲିସ କହିଛି।

ସେପଟେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମ୍ପୃକ୍ତ ମହିଳାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ପରେ ତାଙ୍କ ମୁଣ୍ଡ କଟା ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ହେଲେ ପୁଲିସକୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ସୂଚନା ମିଳିଛି।

ସୂଚନାରୁ ପ୍ରକାଶ, ଗତ ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାସପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ କରିଛି। ଏପରିକି ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରକୁ ସୂଚନା ଦେଇଥିଲା କମିଶନରେଟ ପୁଲିସ। ହେଲେ ଏ ପର୍ଯ୍ୟନ୍ତ କୌଣସି ସୂଚନା ପୁଲିସ ପାଇନାହିଁ। ସବୁଆଡ଼ୁ ନିରାଶ ହେବା ପରେ ପୁଲିସ ମହିଳାଙ୍କ ପୋଷ୍ଟର ମାରିବାକୁ ଯୋଜନା କରୁଛି।

Related story