ନୂଆବର୍ଷରେ ଅଫିସରେ ଏକାଠି ହେବାକୁ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆବର୍ଷରେ ଅଫିସ୍‌ରେ କେହି ଏକାଠି ହୋଇପାରିବେ ନାହିଁ। ମହାମାରୀ କରୋନାର ଭୟାବହତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଲେ SRC ପ୍ରଦୀପ ଜେନା। ଅନ୍ୟପକ୍ଷରେ କରୋନାର ଭୟ ଦେଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ନାଇଟ କର୍ଫ୍ୟୁରୁ […]

Pradeep-Jena-appointed-Rural-Development-Principal-Secretary-with-additional-charge-of-Special-Relief-Commissioner-(SRC);-Mona-Sharma-appointed-Principal-Secretary

Manoranjan Sial
  • Published: Thursday, 31 December 2020
  • , Updated: 31 December 2020, 03:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆବର୍ଷରେ ଅଫିସ୍‌ରେ କେହି ଏକାଠି ହୋଇପାରିବେ ନାହିଁ। ମହାମାରୀ କରୋନାର ଭୟାବହତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଲେ SRC ପ୍ରଦୀପ ଜେନା।

ଅନ୍ୟପକ୍ଷରେ କରୋନାର ଭୟ ଦେଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ଦିଆଯାଇଛି।କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି। ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍‌ଆରସି ସମସ୍ତଙ୍କୁ ନିବେଦନ କରିଛନ୍ତି।

ସେପଟେ ଜିରୋ ନାଇଟ୍‌ ଭିଡ ଏଡାଇବା ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ହୋଇଛି। ଆଜି ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଏଥିସହ ରାତିରେ ନୂଆବର୍ଷ ଭୋଜି ନକରିବାକୁ କୁହାଯାଇଛି। ଆପାର୍ଟମେଣ୍ଟ, ରେସିଡେନ୍ସିଆଲ୍‌ ଏରିଆରେ ଭୋଜି ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।ସୁରକ୍ଷା ଦୃଷ୍ଟିରୁ କଟକ-ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାସ୍ତାର ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

Related story