ପୋଷା କୁକୁର କିଣାବିକା ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମନଇଚ୍ଛା କେହି ବ୍ୟବସାୟିକ ଉଦ୍ଦେଶ୍ୟରେ ପୋଷା କୁକୁର ପ୍ରଜନନ ଓ ବିକ୍ରି କରିପାରିବେ ନାହିଁ। ସମସ୍ତ କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷାଜନ୍ତୁ ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏଣିକି ରାଜ୍ୟ ପଶୁକଲ୍ୟାଣ ପରିଷଦଙ୍କ ନିକଟରେ ପଞ୍ଜିକରଣ କରିବାକୁ ବାଧ୍ୟ। ରାଜ୍ୟ ମତ୍ସ୍ୟ ଓ ପ୍ରାଣସମ୍ପଦ ବିକାଶ ପକ୍ଷରୁ ଚଳିତମାସ ୧୭ତାରିଖରେ ଏନେଇ ବିଜ୍ଞପ୍ତି ଜାରି ହୋଇଛି ଓ ଆସନ୍ତା ୬୦ଦିନ ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ବୋଲି ପରାମର୍ଶ ଦିଆଯାଇଛି। ରାଜ୍ୟ ମତ୍ସ୍ୟ […]

dog

dog

Manoranjan Sial
  • Published: Friday, 24 July 2020
  • Updated: 24 July 2020, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମନଇଚ୍ଛା କେହି ବ୍ୟବସାୟିକ ଉଦ୍ଦେଶ୍ୟରେ ପୋଷା କୁକୁର ପ୍ରଜନନ ଓ ବିକ୍ରି କରିପାରିବେ ନାହିଁ। ସମସ୍ତ କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷାଜନ୍ତୁ ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏଣିକି ରାଜ୍ୟ ପଶୁକଲ୍ୟାଣ ପରିଷଦଙ୍କ ନିକଟରେ ପଞ୍ଜିକରଣ କରିବାକୁ ବାଧ୍ୟ। ରାଜ୍ୟ ମତ୍ସ୍ୟ ଓ ପ୍ରାଣସମ୍ପଦ ବିକାଶ ପକ୍ଷରୁ ଚଳିତମାସ ୧୭ତାରିଖରେ ଏନେଇ ବିଜ୍ଞପ୍ତି ଜାରି ହୋଇଛି ଓ ଆସନ୍ତା ୬୦ଦିନ ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ବୋଲି ପରାମର୍ଶ ଦିଆଯାଇଛି।

ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ କୁକୁର ପ୍ରଜନନ ଓ ବିପଣନ ଅଧିନିୟମ-୨୦୧୭, ପୋଷା ଜୀବଜନ୍ତୁ ଦୋକାନ ଅଧିନିୟମ-୨୦୧୮କୁ ରାଜ୍ୟ ସରକାର ଜୁଲାଇ ୧୭ତାରିଖରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଏହି ଦୁଇ ଆଇନ ଅନୁସାରେ ରାଜ୍ୟର ସମସ୍ତ କୁକୁର ପ୍ରଜନନ ଓ ବିକ୍ରି ଏବଂ ପୋଷା ଜୀବଜନ୍ତୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଆସନ୍ତା ୬୦ଦିନ ମଧ୍ୟରେ ପଞ୍ଜିକୃତ ହେବେ। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଅବା ଦୋକାନ ପଞ୍ଜିକରଣ ନକରିବେ ସେମାନେ ଆଇନ ଅନୁସାରେ ଦଣ୍ଡିତ ହେବେ। ପଞ୍ଜିକରଣ ପାଇଁ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ଫର୍ମ ଓ ପଞ୍ଜିକରଣ ସମ୍ବନ୍ଧୀୟ ସୂଚନା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବିଭାଗୀୟ ନିର୍ଦ୍ଦେଶାଳୟର ୱେବସାଇଟରେ ଉପଲବ୍ଧ ଅଛି।

ସୂଚନାଯୋଗ୍ୟ, ଏବେ ବ୍ୟବସାୟିକ ଭିତ୍ତିରେ ପୋଷା କୁକୁର ପ୍ରଜନନ ଓ ବିକ୍ରି ପରିମାଣ ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos