ଆତଙ୍କବାଦୀ ଗିରଫ ପ୍ରସଙ୍ଗ: ଟାଙ୍ଗୀ ମଦ୍ରାସାରେ ୧୩ ପିଲାଙ୍କୁ ଚିକେନ ପକ୍ସ

କଟକ: ଟାଙ୍ଗୀସ୍ଥିତ ରେହମାନର ମଦ୍ରାସାରେ ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଠାରେ ମୋଟ ୭୪ ଜଣ ଛାତ୍ର ଶିକ୍ଷାଗ୍ରହଣ କରୁଥିବା ବେଳେ ଗୁରୁବାର ୨ଜଣଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ମଦ୍ରାସାରେ ରହିଥିବା ଅବଶିଷ୍ଟ ଛାତ୍ରଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକେନ୍ ପକ୍ସ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି। ଉପଯୁକ୍ତ ପ୍ରମାଣପତ୍ର ଗ୍ରହଣ କରି ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ। ସେତେଦିନ […]

terrorist

Rakesh Mallick
  • Published: Friday, 18 December 2015
  • , Updated: 18 December 2015, 09:58 AM IST

କଟକ: ଟାଙ୍ଗୀସ୍ଥିତ ରେହମାନର ମଦ୍ରାସାରେ ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଠାରେ ମୋଟ ୭୪ ଜଣ ଛାତ୍ର ଶିକ୍ଷାଗ୍ରହଣ କରୁଥିବା ବେଳେ ଗୁରୁବାର ୨ଜଣଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ମଦ୍ରାସାରେ ରହିଥିବା ଅବଶିଷ୍ଟ ଛାତ୍ରଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକେନ୍ ପକ୍ସ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି। ଉପଯୁକ୍ତ ପ୍ରମାଣପତ୍ର ଗ୍ରହଣ କରି ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ। ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଖାଦ୍ୟପେୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ରେହମାନ ଗିରଫ ପରେ ରାଜ୍ୟରେ ତାର ଚେର କେଉଁଠିକୁ କେଉଁଠିକୁ ଲମ୍ବିଛି ତା’ର ତନାଘନା ଚଳାଇଛି ପୋଲିସ ଓ ଗୁଇନ୍ଦା ସଂସ୍ଥା। ରେହମାନ କେନ୍ଦ୍ରାପଡ଼ାର ଏକ ମଦ୍ରାସାରେ ପାଠ ପଢୁଥିବା ଜଣାପଡିଛି। କେନ୍ଦ୍ରାପଡ଼ା ସହରଠାରୁ ଏକ କିଲୋମିଟର ଦୂରରେ ଏହି ଜମିଆ ଆଶ୍ରଫୁଲ ଉଲୁମ ମଦ୍ରାସା ରହିଛି। ରେହମାନ ଗିରଫ ହେବା ପରେ ମଦ୍ରାସାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏହି ମଦ୍ରାସାରେ ୫୦୦ରୁ ଊର୍ଦ୍ଧ୍ୱ ପିଲା ପାଠ ପଢୁଛନ୍ତି। ତେବେ ରେହମାନ ବିରୋଧରେ ଲାଗିଥିବା ଅଭିଯୋଗ ସମ୍ପର୍କରେ କିଛି ଜାଣି ନ ଥିବା ସଫେଇ ଦେଇଛନ୍ତି ମଦ୍ରାସାର ମୁଖ୍ୟ ତଥା ତାକୁ ପଢାଇ ଥିବା ଶିକ୍ଷକ। ସେହିଭଳି ସବୁ ମଦ୍ରାସା ଖରାପ ନୁହେଁ ବୋଲି ମୌଲବୀମାନେ କହିଛନ୍ତି।

Related story