ରେଳ ବଜେଟ୍‌ ଉପରେ ଓଡ଼ିଶାବାସୀଙ୍କ ନଜର

ଭୁବନେଶ୍ୱର: ଆସନ୍ତାକାଲି ରେଳ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ କେତେ ଟଙ୍କାର ବ୍ୟୟବରାଦ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ବିଧାନସଭା ଗୃହ କମିଟି ଓଡ଼ିଶା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟରେ ଦାବି କରିଥିଲା। ନିର୍ମାଣଧୀନ ପ୍ରକଳ୍ପ ଲାଗି ୧,୦୫୦ କୋଟି, ରେଳ ଧାରଣା ଦୋହରୀକରଣ ଲାଗି ୨,୨୭୦ କୋଟି, ବିଦ୍ୟୁତୀକରଣ ଲାଗି ୩୩୫ କୋଟି ଓ ଏସ୍‌ପିଭି ଗଠନ ଲାଗି ୨୦୦ କୋଟି […]

train

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 02:58 PM IST

ଭୁବନେଶ୍ୱର: ଆସନ୍ତାକାଲି ରେଳ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ କେତେ ଟଙ୍କାର ବ୍ୟୟବରାଦ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ବିଧାନସଭା ଗୃହ କମିଟି ଓଡ଼ିଶା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟରେ ଦାବି କରିଥିଲା। ନିର୍ମାଣଧୀନ ପ୍ରକଳ୍ପ ଲାଗି ୧,୦୫୦ କୋଟି, ରେଳ ଧାରଣା ଦୋହରୀକରଣ ଲାଗି ୨,୨୭୦ କୋଟି, ବିଦ୍ୟୁତୀକରଣ ଲାଗି ୩୩୫ କୋଟି ଓ ଏସ୍‌ପିଭି ଗଠନ ଲାଗି ୨୦୦ କୋଟି ଟଙ୍କା ଦେବାକୁ କମିଟି ଦାବି କରିଥିଲା। ସେହିପରି ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଓ ବାକି ଥିବା ଜିଲ୍ଲାକୁ ରେଳ ସଂଯୋଗ ଉପରେ କମିଟି ଜୋର ଦେଇଥିଲା। ଏହା ପୂରଣ ହେଉଛି କି ନାହିଁ ତାହା ଆସନ୍ତାକାଲି ବଜେଟ୍‌ ଉପସ୍ଥାପନା ପରେ ଜଣାପଡିଯିବ।

ବିଜେଡି ସାଂସଦ ତଥାଗତ ସତପଥୀ କହିଛନ୍ତି, “ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଏସ୍‌ପିଭି କରି ୫୦ ପ୍ରତିଶତ ଖର୍ଚ୍ଚ କରିବେ ବୋଲି କହୁଛନ୍ତି। ରେଳ ମନ୍ତ୍ରାଳୟ ଏଥିପାଇଁ ପ୍ରସ୍ତୁତ ହେବା ସହ ନିଜ ଆଡୁ ହାତ ବଢାଇବା ଦରକାର।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଗତବର୍ଷ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଅର୍ଥ ପ୍ରଦାନ କରିଥିଲେ। ଚଳିତବର୍ଷ ମଧ୍ୟ ରାଜ୍ୟକୁ ଅଧିକ ମିଳିବ ବୋଲି ମୁଁ ଆଶା କରୁଛି।”

ଅନ୍ୟପକ୍ଷରେ ରେଳ ବଜେଟ୍‌ରେ କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରାଯାଉଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା। ସେ କହିଛନ୍ତି, “କେବଳ ଭେଟି ଦେଇ ଚାଲି ଆସିଲେ ହେବନାହିଁ। ରେଳ ବଜେଟ୍‌ ବଢାଇବାକୁ ବାରମ୍ବାର ଦାବି କରିବାକୁ ପଡିବ। ୟୁପିଏ ସରକାର ବେଳେ ହେଉ କି ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ସମୟରେ, ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ଓଡ଼ିଶା ଅବହେଳିତ ହୋଇଆସୁଛି।”

ଗତବର୍ଷ ଓଡ଼ିଶା ୩୨୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ର ୨,୫୧୪ କୋଟି ଟଙ୍କା ଦେଇଥିଲା। ତେବେ ରେଳବାଇ ଓଡ଼ିଶାରୁ ୧୪ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବାରୁ ରାଜ୍ୟ ପାଇଁ ୫ ହଜାର କୋଟି ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ।

Related story