‘ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷକ ପୁରସ୍କାର’ ପାଇଁ ଘୋଷଣା

ମୁମ୍ବଇ (ଓଡ଼ିଶା ରିପୋର୍ଟର): ଶିକ୍ଷାଦାନ ପାଇଁ କ୍ୟାରିୟର ସୁଯୋଗ, ପୁରସ୍କାର ଏବଂ ସ୍ୱୀକୃତି ପ୍ରଦାନ ଉଦ୍ଦେଶ୍ୟରେ ଭାରତରେ ଓ ଭାରତ ବାହାରେ ପ୍ରଗତିଶୀଳ ଭାବେ କାମ କରୁଥିବା ଘରୋଇ ଶିକ୍ଷକ ସାର୍ଟିଫିକେସନ ସଂସ୍ଥା ସେଣ୍ଟର ଫର୍‍ ଟିଚର୍‍ ଆକ୍ରିଡିଟେସନ (ସେଣ୍ଟା) ସହ ରିଲାଏନ୍ସ ଫାଉଣ୍ଡେସନ ଦୀର୍ଘ ବର୍ଷ ଅବଧିର ସହଭାଗିତା ରାଜିନାମା ସ୍ୱାକ୍ଷର କରିଛି। ଏହି ସହଭାଗିତାର ଅଂଶ ସ୍ୱରୂପ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବାର୍ଷିକ ଜାତୀୟ ପ୍ରତିଯୋଗିତା ସେଣ୍ଟା ଟିଚିଂ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ) ପାଇଁ ରିଲାଏନ୍ସ […]

ambani

Rakesh Mallick
  • Published: Friday, 16 November 2018
  • , Updated: 16 November 2018, 08:23 PM IST

ମୁମ୍ବଇ (ଓଡ଼ିଶା ରିପୋର୍ଟର): ଶିକ୍ଷାଦାନ ପାଇଁ କ୍ୟାରିୟର ସୁଯୋଗ, ପୁରସ୍କାର ଏବଂ ସ୍ୱୀକୃତି ପ୍ରଦାନ ଉଦ୍ଦେଶ୍ୟରେ ଭାରତରେ ଓ ଭାରତ ବାହାରେ ପ୍ରଗତିଶୀଳ ଭାବେ କାମ କରୁଥିବା ଘରୋଇ ଶିକ୍ଷକ ସାର୍ଟିଫିକେସନ ସଂସ୍ଥା ସେଣ୍ଟର ଫର୍‍ ଟିଚର୍‍ ଆକ୍ରିଡିଟେସନ (ସେଣ୍ଟା) ସହ ରିଲାଏନ୍ସ ଫାଉଣ୍ଡେସନ ଦୀର୍ଘ ବର୍ଷ ଅବଧିର ସହଭାଗିତା ରାଜିନାମା ସ୍ୱାକ୍ଷର କରିଛି। ଏହି ସହଭାଗିତାର ଅଂଶ ସ୍ୱରୂପ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବାର୍ଷିକ ଜାତୀୟ ପ୍ରତିଯୋଗିତା ସେଣ୍ଟା ଟିଚିଂ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ) ପାଇଁ ରିଲାଏନ୍ସ ଫାଉଣ୍ଡେସନ ପ୍ରମୁଖ ପ୍ରାୟୋଜକ ହୋଇଛି।

ଏହାର ଚତୁର୍ଥ ସଂସ୍କରଣ ୨୦୧୮ ଡିସେମ୍ବର ୮ ତାରିଖ (ଶନିବାର) ଭାରତର ୪୬ଟି ସହର ସମେତ ଦୁବାଇ ଏବଂ ଆବୁଧାବିରେ ଆୟୋଜିତ ହେବ। ଟିପିଓ-୨୦୧୮ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ୨୧ଟି ବିଷୟରେ ଉପଲବ୍ଧ । ତେବେ ମଧ୍ୟ ଇଂରାଜୀ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଏହା ଏବେ ଇଂରାଜୀ ମାଧ୍ୟମରେ ଉପଲବ୍ଧ। ଏଥିସହ ପ୍ରାଥମିକ ସ୍କୁଲ ଟେଷ୍ଟ ଟ୍ରାକ୍‍ ଇଂରାଜୀ, ହିନ୍ଦୀ, କନ୍ନଡ଼, ମରାଠୀ, ତାମିଲ ଏବଂ ତେଲଗୁ ଭାଷାରେ ଉପଲବ୍ଧ।

ଏହି ଜାତୀୟ ପ୍ରତିଯୋଗିତାର ୧୦୦୦ ବିଜେତାଙ୍କୁ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷକ ପୁରସ୍କାର ପାଇଁ ବିବେଚନାକୁ ନିଆଯିବ ଓ ପ୍ରତ୍ୟେକଙ୍କୁ ନଗଦ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବ। ରିଲାଏନ୍ସ ଗ୍ରୁପ୍‍ ଶିକ୍ଷା କ୍ଷେତ୍ରରେ ଏକାଧିକ ପଦକ୍ଷେପ ହାତକୁ ନେଇଛି - ଏଡ୍‍-ଟେକ୍‍ ପ୍ଲାଟ୍‍ଫର୍ମ ଜିଓ ଏମ୍‍ବାଇଡ୍‍, ଧୀରୁଭାଇ ଅମ୍ବାନି ଇଣ୍ଟରନ୍ୟାସନାଲ୍‍ ସ୍କୁଲ, ରିଲାଏନ୍ସ ଫାଉଣ୍ଡେସନ ସ୍କୁଲ, ପ୍ରତିଷ୍ଠା ହେବାକୁ ଥିବା ଜିଓ ବିଶ୍ୱବିଦ୍ୟାଳୟ ଆଦି ଏଥିରେ ଅନ୍ତର୍ଭୁକ୍ତ। ସହଭାଗିତା ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ଏହି ପରିସରର ପ୍ରମୁଖ ଭାଗିଦାର ଅର୍ଥାତ୍‍ ଶିକ୍ଷକମାନଙ୍କୁ ସହଯୋଗ ଦେବାକୁ ଲକ୍ଷ୍ୟ ରଖିଛି।

ଶିକ୍ଷମାନଙ୍କ ବୃତ୍ତିଗତ ବିକାଶ ସୁଯୋଗ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଡିଜିଟାଲ ପ୍ଲାଟ୍‍ଫର୍ମ (ଯଥା ଗ୍ରୁପ୍‍ କମ୍ପାନୀ ପ୍ଳାଟ୍‍ଫର୍ମ ଜିଓ ଏମ୍‍ବାଇଡ୍‍) ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଶିକ୍ଷାଦାନକୁ ଏକ ଆକାଂକ୍ଷିତ ବୃତ୍ତି ଭାବେ ଗଢ଼ି ତୋଳିବାକୁ 'ସେଣ୍ଟା’ର ଟିପିଓ ଉପକ୍ରମ ସହ କାର୍ଯ୍ୟ କରି ଗୁଣମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଚାହୁଁଛି। ଏବେ ଦେଶବ୍ୟାପୀ ପ୍ରଚଳିତ ‘ସେଣ୍ଟା ଟିପିଓ’କୁ ରିଲାଏନ୍ସ ଫାଉଣ୍ଡେସନ ସହଯୋଗ ଦେବା, ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଏବଂ ଦେଶର ଶିକ୍ଷକମାନଙ୍କ ବ୍ୟାପକ ଯୋଗଦାନ ଉଦେଶ୍ୟରେ ଏହାକୁ ପରିବର୍ଦ୍ଧିତ କରାଇବାକୁ ଲକ୍ଷ୍ୟ ରଖିଛି।

ଏହି ସହଭାଗିତା ରାଜିନାମା ଅବସରରେ ରିଲାଏନ୍ସ ଫାଉଣ୍ଡେସନର ନିର୍ଦେଶିକା ଇଶା ଅମ୍ବାନୀ କହିଲେ, ‘ଭାରତର ସର୍ବାଧିକ ଜରୁରୀ ବିକାଶ ଆହ୍ୱାନକୁ ପରିପୂର୍ଣ୍ଣ କରିବାକୁ ସୃଜନଶୀଳ ତଥା ଦୀର୍ଘସ୍ଥାୟୀ ସମାଧାନ ପାଇଁ ରିଲାଏନ୍ସ ଫାଉଣ୍ଡେସନ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖିଛି- ଶିକ୍ଷା ହେଉଛି ତନ୍ମଧ୍ୟରୁ ଅନ୍ୟତମ। ଉଚ୍ଚ ମାନର ଶିକ୍ଷା ଉପଲବ୍ଧ କରାଇବାରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଏବଂ ଶିକ୍ଷା ସମ୍ପର୍କିତ ଏହି ଉପକ୍ରମକୁ ପୂରଣ କରିବାରେ ପ୍ରଯୁକ୍ତିବିଦ୍ୟା ସହାୟକ ହୋଇଥାଏ। ଭାରତୀୟ ଶିକ୍ଷକମାନଙ୍କୁ ସେମାନଙ୍କ ଦକ୍ଷତା ବିକାଶ କରାଇବା ଏବଂ ଦେଶ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପୁରସ୍କୃତ କରିବା ଲାଗି ଏହି ଫାଉଣ୍ଡେସନ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍‍ ପ୍ଲାଟଫର୍ମ ଉପଯୋଗ କରିବାକୁ ଆଗ୍ରହୀ। ସେଣ୍ଟା ଟିପିଓ ସହିତ ଆମର ଭାଗିଦାରୀ ଶିକ୍ଷକମାନଙ୍କୁ ସ୍ୱୀକୃତି ପ୍ରଦାନ ଏବଂ ପୁରସ୍କୃତ କରିବା ଲାଗି ଏହି ପ୍ଲାଟ୍‍ଫର୍ମକୁ ସହଯୋଗ ଦେବା କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧତାର ପ୍ରତିଫଳନ।’

‘ସେଣ୍ଟା’ର ପ୍ରତିଷ୍ଠାତା ତଥା ସିଇଓ ରମୟା ଭେଙ୍କଟରମଣ କହିଲେ, ‘ ଶିକ୍ଷକଙ୍କୁ ପୁରସ୍କୃତ କରିବା, ସ୍ୱୀକୃତି ପ୍ରଦାନ କରିବା ଏବଂ ଉତ୍ସବ ମନାଇବା ପାଇଁ ସେଣ୍ଟା ଟିପିଓ ହେଉଛି ଏକ ଶକ୍ତିଶାଳୀ ବ୍ୟବସ୍ଥା । ନବାଗତଙ୍କଠାରୁ ଆରମ୍ଭ କରି ଅଭିଜ୍ଞ ସ୍କୁଲ ଶିକ୍ଷକ, ପ୍ରିନ୍ସିପାଲ୍‍, ଟ୍ୟୁସନ ଶିକ୍ଷକ, ବିଏଡ୍‍ ଛାତ୍ରଛାତ୍ରୀ, ଶିକ୍ଷା କ୍ଷେତ୍ରରେ ଫେଲୋ ଓ ଭଲ୍ୟୁଣ୍ଟିୟର ଏବଂ ଶିକ୍ଷାଦାନ କ୍ଷେତ୍ରରେ ଆଗ୍ରହୀ ଅନ୍ୟ ବ୍ୟକ୍ତିବିଶେଷଙ୍କର ବ୍ୟାପକ ଯୋଗଦାନ ଆମେ ହାସଲ କରିଛି । ଉଭୟ ଘରୋଇ ଓ ସରକାରୀ ସ୍କୁଲ ଏବଂ ସିବିଏସ୍‍ଇ, ଆଇସିଏସ୍‍ଇ, ରାଜ୍ୟ ବୋର୍ଡ଼, ଆଇବି, ଆଇଜିସିଏସ୍‍ଇ ଆଦି ଅନେକ କ୍ଷେତ୍ରରୁ ଅଂଶଗ୍ରହଣକାରୀ ଆସୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନର ସହଯୋଗ ଏହି ଉପକ୍ରମକୁ ଯଥେଷ୍ଟ ପ୍ରେରଣା ଦେବା ସହ ଅଧିକ ସଂଖ୍ୟାରେ ଶିକ୍ଷକଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କୁ ପୁରସ୍କୃତ କରିବାକୁ ଆମକୁ ସୁଯୋଗ ଦେଇଛି । ଶିକ୍ଷାଦନ ବୃତ୍ତିର ମହତ୍ୱକୁ ଏହା ସାମଗ୍ରିକ ଭାବେ ଅଧିକ ପ୍ରୋତ୍ସାହିତ କରିପାରିଛି । ବିଭିନ୍ନ ପଦକ୍ଷେପ ଦ୍ୱାରା ରିଲାଏନ୍ସ ଫାଉଣ୍ଡେସନ ଏବଂ ‘ସେଣ୍ଟା’ ଭବିଷ୍ୟତରେ ସହଯୋଗକୁ ବ୍ୟାପକ କରିବାକୁ ଆଗ୍ରହୀ ବୋଲି ଶ୍ରୀ ଭେଙ୍କଟରମଣ କହିଛନ୍ତି।

Related story