ଦୀପ୍ତେଶଙ୍କୁ ହଟାଇଲେ, ହିମାଂଶୁ ଲାଲ ପୂର୍ବାଂଚଳ ରେଞ୍ଜ ଆଇଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଅଚାନକ ପୂର୍ବାଂଚଳ ପୁଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବଦଳି କରିଛନ୍ତି। ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ଓ କରୋନା ମହାମାରୀ ସଂକ୍ରମଣଜନିତ ପ୍ରୋଟୋକଲ୍ ମଧ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ପଦରୁ ହଟାଇ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାରୁ ପାୱାର କରିଡରରେ ଚର୍ଚ୍ଚା। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବାଲେଶ୍ୱରସ୍ଥିତ ପୂର୍ବାଂଚଳ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ […]

hemansu-lal

Ordigital Desk
  • Published: Wednesday, 09 June 2021
  • , Updated: 09 June 2021, 09:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଅଚାନକ ପୂର୍ବାଂଚଳ ପୁଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବଦଳି କରିଛନ୍ତି। ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ଓ କରୋନା ମହାମାରୀ ସଂକ୍ରମଣଜନିତ ପ୍ରୋଟୋକଲ୍ ମଧ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ପଦରୁ ହଟାଇ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାରୁ ପାୱାର କରିଡରରେ ଚର୍ଚ୍ଚା।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବାଲେଶ୍ୱରସ୍ଥିତ ପୂର୍ବାଂଚଳ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗର ଆଇଜି ଭାବେ ବଦଳି କରାଯାଇଛି। ସେଠାରେ ଥିବା ୨୦୦୩ ବ୍ୟାଚର ହିମାଂଶୁ କୁମାର ଲାଲଙ୍କୁ ବାଲେଶ୍ୱରସ୍ଥିତ ଉତ୍ତରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସମ୍ବଲପୁର ରେଞ୍ଜ ଆଇଜି ଥିବା ୨୦୦୨ ବ୍ୟାଚ୍ ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ବଦଳି କରାଯାଇଛି।

ଆଶୀଷ କୁମାର ସିଂହଙ୍କୁ ଅବକାରୀ କମିଶନର ଭାବେ  ଅବସ୍ଥାପିତ କରାଯିବାପରେ କେନ୍ଦ୍ରାଂଚଳ ଡିଆଇଜି ଦାୟିତ୍ୱରେ  ଜେଏନ୍ ପଙ୍କଜକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀ ପଙ୍କଜ ଏବେ ଏସଟିଏଫ୍ ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରଙ୍କୁ ସମ୍ବଲପୁର ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଓପିଏସ୍ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବାବେଳେ ଡିପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସପି ଭାବେ ବଦଳି କରାଯାଇଛି।

ତେବେ ବାତ୍ୟା ପ୍ରଭାବିତ ବାଲେଶ୍ୱର,ଭଦ୍ରକରେ ରେଞ୍ଜ ଆଇଜି ଭାବେ କାର୍ଯ୍ୟରତ ଦୀପ୍ତେଶଙ୍କୁ ୨ବର୍ଷରୁ କମ୍ ଅବଧି ମଧ୍ୟରେ ଅଚାନକ ବଦଳି କରାଯିବାକୁ ନେଇ ଏବେ ପୁଲିସ ମହଲରେ ଭିନ୍ନ ଚର୍ଚ୍ଚା ଜୋର ଧରିଛି।

Related story