ରେଙ୍ଗାଲି ପାର୍ଶ୍ୱ କେନାଲ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରେଙ୍ଗାଲି ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ୱ କେନାଲ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ସଚିବାଳୟରେ ଏନେଇ ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତୁରନ୍ତ ସାରି ପ୍ରକଳ୍ପକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲର ୭୯କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି […]

naveen

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 03:13 AM IST

ଭୁବନେଶ୍ୱର: ରେଙ୍ଗାଲି ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ୱ କେନାଲ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ସଚିବାଳୟରେ ଏନେଇ ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତୁରନ୍ତ ସାରି ପ୍ରକଳ୍ପକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲର ୭୯କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି କେନାଲ୍ ସହାୟତାରେ ୪ ହଜାର ୧୫ ହେକ୍ଟର ଜମି ଜଳସେଚିତ ହୋଇଛି ଏବଂ ୨୦୧୬ ଜାନୁଆରୀ ସୁଦ୍ଧା ଆଉ ୬ ହଜାର ୧ ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ବୈଠକରୁ ସୂଚନା ମିଳିଛି।

Related story