ରେଞ୍ଜଡା ରେଲୱେ ସାଇଡିଂରେ ଖଣିଜ ପଥର ପୋତା ଘଟଣା: ତଦନ୍ତ କରିବ ଆଇବିଏମ୍

ସୁନ୍ଦରଗଡ: ସୁନ୍ଦରଗଡ ରେଞ୍ଜଡା ରେଲୱେ ସାଇଡିଂ ମାଟି ତଳେ ଖଣିଜ ପଥର ଲୁଚାଇ ରଖାଯିବା ଅଭିଯୋଗ ଘଟଣାର ଯାଞ୍ଚ କରିବ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍)। କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଇବିଏମର ଏକ ଟିମ୍ ରେଞ୍ଜଡା ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଏ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ତଦନ୍ତରେ ଆଇବିଏମକୁ ସବୁ […]

suddergada

suddergada

Rakesh Mallick
  • Published: Friday, 16 October 2015
  • Updated: 16 October 2015, 05:41 PM IST

ସୁନ୍ଦରଗଡ: ସୁନ୍ଦରଗଡ ରେଞ୍ଜଡା ରେଲୱେ ସାଇଡିଂ ମାଟି ତଳେ ଖଣିଜ ପଥର ଲୁଚାଇ ରଖାଯିବା ଅଭିଯୋଗ ଘଟଣାର ଯାଞ୍ଚ କରିବ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍)। କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଇବିଏମର ଏକ ଟିମ୍ ରେଞ୍ଜଡା ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଏ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ତଦନ୍ତରେ ଆଇବିଏମକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି।

ରେଲୱେ ସାଇଡିଂ ନିକଟରେ ମାଫିଆମାନେ ଏହି ଖଣିଜ ପଥରକୁ ଲୁଚାଇଥିବା ସନ୍ଦେହ ପ୍ରକାଶ କରିଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସ୍ଥାନୀୟ ଡିଡିଏମଙ୍କ ଯାଞ୍ଚରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗର ଉପଯୁକ୍ତ ତଦନ୍ତ ପାଇଁ ଜୁଏଲ୍ ଗତ ୮ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ତେବେ ଏଠାରେ କୌଣସି ଖଣିଜ ପଥର  ନଥିବା ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ ମଲ୍ଲିକ କହିଥିଲେ। ସେ କହିଥିଲେ ଯେ କୋଏଡ଼ା ଡିଡିଏମ୍ ଓ ମାଇନିଂ ଇନସ୍ପେକଟରଙ୍କୁ ନେଇ ଗଠିତ ରାଜ୍ୟ ଟାସ୍କ ଫୋର୍ସ ସ୍କ୍ୱାର୍ଡ ଘଟଣାସ୍ଥଳକୁ ଯାଇ ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରିଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଚାଲେଞ୍ଜ କରି କହିଥିଲେ ଯେ ଖଣିଜ ପଥର ପୋତା ଯାଇଥିବା ଅଭିଯୋଗ ଯଦି ମିଥ୍ୟା ହୋଇଥିବ ତା’ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ।

ଗତ ୧୩ ତାରିଖରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story