ପୁଣି ଏକ ଜେଲ୍ ଅଧୀକ୍ଷକଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜେଲଗୁଡ଼ିକରେ କଏଦୀମାନଙ୍କ ଦ୍ୱାରା ସେଲ୍ ଫୋନ୍ ଉପଯୋଗ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌, ପୁରୀ ଓ ବଲାଙ୍ଗିର ଜେଲ୍ ଅଧୀକ୍ଷକ(ସୁପରିଟେଣ୍ଡେଣ୍ଟ)ଙ୍କ ବଦଳି ପରେ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି ମଧ୍ୟ କରିଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାମୁଝରୀ ମୁକ୍ତାକାଶ […]

jail

Ordigital Desk
  • Published: Thursday, 13 May 2021
  • , Updated: 13 May 2021, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜେଲଗୁଡ଼ିକରେ କଏଦୀମାନଙ୍କ ଦ୍ୱାରା ସେଲ୍ ଫୋନ୍ ଉପଯୋଗ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌, ପୁରୀ ଓ ବଲାଙ୍ଗିର ଜେଲ୍ ଅଧୀକ୍ଷକ(ସୁପରିଟେଣ୍ଡେଣ୍ଟ)ଙ୍କ ବଦଳି ପରେ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି ମଧ୍ୟ କରିଛନ୍ତି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାମୁଝରୀ ମୁକ୍ତାକାଶ ଜେଲ ଅଧୀକ୍ଷକ ସୂର୍ଯ୍ୟ ପ୍ରକାଶ ସ୍ୱାଇଁଙ୍କୁ ଚୌଦ୍ୱାର ସର୍କଲ ଜେଲକୁ ସିନିୟର ସୁପରିଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।

ସେହିପରି ଜାମୁଝରୀ ମୁକ୍ତାକାଶ ଜେଲରେ କାର୍ଯ୍ୟରତ ଜେଲର ସ୍ମିତା ମହାନ୍ତିଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story