- Videos
- Odisha
- ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ମହାତ୍ମାଗାନ୍ଧୀ ମାର୍ଗ: ଜଗିବେ ୨୫ ପ୍ଲାଟୁନ୍ ଫୋର୍ସ
ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ମହାତ୍ମାଗାନ୍ଧୀ ମାର୍ଗ: ଜଗିବେ ୨୫ ପ୍ଲାଟୁନ୍ ଫୋର୍ସ
- Published: Tuesday, 23 January 2018
- , Updated: 23 January 2018, 07:37 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ତରୀୟ ସାଧାରଣନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ ଫୋର୍ସ। ଆପାତକାଳୀନ ପରିସ୍ଥିତି ପାଇଁ ପ୍ରଥମ ଥର ଭୁବନେଶ୍ୱରରେ ମୁତୟନ ହେବେ ଜାତୀୟ ନିରାପତ୍ତା ବାହିନୀ (ଏନ୍‌ଏସ୍‌ଜି)। ସୁରକ୍ଷା ଦୃଷ୍ଟି କୋଣରୁ ସେମାନଙ୍କୁ ଷ୍ଟାଣ୍ଡ ବାଏରେ ରଖାଯାଇଛି। ଯଦିଓ ସେପରି କୌଣସି ଅପ୍ରୀତିକର ପରିସ୍ଥିତି ନେଇ ଗୁଇନ୍ଦା ସୂଚନା ନଥିବା ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ତଥାପି ପରେଡ୍ ବେଳେ ଏନ୍‌ଏସ୍‌ଜି ମୁତୟନ ବହୁ ଗୁରୁତ୍ୱ ବହନ କରୁଛି। ତେବେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ସିସିଟିଭି ସ୍କାନରରେ ପୂରା ପରେଡ୍‌ ସ୍ଥଳ ରହିବ। କୁଇକ୍ ଆକ୍‌ସନ ଟିମ୍ ମୁତୟନ ରହିବ। ଆଣ୍ଟି ବମ ସ୍କ୍ୱାଡ୍, ରୁଫଟପ୍‌ ସିକ୍ୟୁରିଟ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷାକୁ କଡ଼ାକଡି କରାଯାଇଛି। ପରେଡ୍‌ ବେଳେ ୧୫୦ରୁ ଅଧିକ ପୋଲିସ ଅଫିସର ନିୟୋଜିତ ରହିବେ। ଚଳିତ ଥର ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଏସ.ସି. ଜମିର ଅଭିବାଦନ ଗ୍ରହଣ କରିବେ। ମୋଟ ୭୬ଟି ଟ୍ରୁପ, ୭ଟି ପ୍ରଜ୍ଞାପନ ମେଢ ଓ ବିଭିନ୍ନ ଦଳ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।</p>