ମାଲେସିଆରେ ଉଦ୍ଧାର ଓଡ଼ିଆ ଶ୍ରମିକ ଶୀଘ୍ର ଫେରିବେ

ଭୁବନେଶ୍ୱର: ମାଲେସିଆରେ ଉଦ୍ଧାର କରାଯାଇଥିବା ୯ ଜଣ ଓଡ଼ିଆ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସବୁ ପଦକ୍ଷେପ ନିଆଯାଉଛି। ସେମାନେ ଶୀଘ୍ର ଭାରତକୁ ଫେରିବେ। ପେଟ୍ରୋଲିୟମ ମନ୍ତ୍ରାଳୟର ଅନୁରୋଧ ପରେ ଏ ସମ୍ପର୍କରେ ମାଲେସିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ମାଲେସିଆକୁ କାମ କରିବାକୁ ଯାଇ ୯ ଜଣ ଶ୍ରମିକ ଫସି ରହିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କ୍ୱାଲାଲମ୍ପୁରରେ ଥିବା […]

nn

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 01:59 PM IST

ଭୁବନେଶ୍ୱର: ମାଲେସିଆରେ ଉଦ୍ଧାର କରାଯାଇଥିବା ୯ ଜଣ ଓଡ଼ିଆ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସବୁ ପଦକ୍ଷେପ ନିଆଯାଉଛି। ସେମାନେ ଶୀଘ୍ର ଭାରତକୁ ଫେରିବେ। ପେଟ୍ରୋଲିୟମ ମନ୍ତ୍ରାଳୟର ଅନୁରୋଧ ପରେ ଏ ସମ୍ପର୍କରେ ମାଲେସିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ମାଲେସିଆକୁ କାମ କରିବାକୁ ଯାଇ ୯ ଜଣ ଶ୍ରମିକ ଫସି ରହିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କ୍ୱାଲାଲମ୍ପୁରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜଣେ ସ୍ଥାନୀୟ ଭାରତୀୟଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି।  ସେମାନେ ଏବେ ଦୂତାବାସର ଏକ ଆଶ୍ରୟ ସ୍ଥଳୀରେ ଅଛନ୍ତି।

Related story