ନଦୀରେ ଭାସିଯାଇ ଛାତ୍ର ନିଖୋଜ 

ସମ୍ବଲପୁର (ସଞ୍ଜୟ ଜେନା): ମହାନଦୀରେ ଗାଧୋଇବା ବେଳେ ସମ୍ବଲପୁରର ଚାଉଁରପୁର ଘାଟାରେ ଜଣେ ଛାତ୍ର ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି। ଛାତ୍ର ଜଣଙ୍କ ହେଲେ ଅମନ ପାଶୱନ। ଅମନ ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉ ଥିବା ବେଳେ ଭାସି ଯାଇଥିଲେ। ଅମନ ଭାସିଯିବା ପରେ କୂଳରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ସେମାନେ ପାଟି କରି […]

drown

Jyoshna Pradhan
  • Published: Sunday, 09 September 2018
  • , Updated: 09 September 2018, 01:33 PM IST

ସମ୍ବଲପୁର (ସଞ୍ଜୟ ଜେନା): ମହାନଦୀରେ ଗାଧୋଇବା ବେଳେ ସମ୍ବଲପୁରର ଚାଉଁରପୁର ଘାଟାରେ ଜଣେ ଛାତ୍ର ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି। ଛାତ୍ର ଜଣଙ୍କ ହେଲେ ଅମନ ପାଶୱନ।

ଅମନ ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉ ଥିବା ବେଳେ ଭାସି ଯାଇଥିଲେ।

ଅମନ ଭାସିଯିବା ପରେ କୂଳରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ସେମାନେ ପାଟି କରି ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ତା’ର କିଛି ପତ୍ତା ପାଇ ନଥିଲେ।

ଅମନଙ୍କ ବାପା କହିଛନ୍ତି, “ଘରେ ଗାଧୋଇ ଠାକୁର ପୂଜା କଲା। ଏହାପରେ ଛକକୁ ଯାଉଛି, ଶୀଘ୍ର ଫେରି ଆସିବି କହି ଆସିଥିଲା। ଏବେ ଶୁଣୁଛୁ, ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉ ଥିବା ବେଳେ ଭାସି ଯାଇଛି।”

ତଦନ୍ତକାରୀ ଅଧିକାରୀ ସବିତା ପାତ୍ର କହିଛନ୍ତି, “ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛୁ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

କିଛି ଦିନ ପୂର୍ବରୁ ଘରୋଇ ସ୍କୁଲର ୨ ଜଣ ଛାତ୍ର ପାୱର ଚ୍ୟାନେଲ୍‌ରେ ଗାଧୋଇବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଥିଲେ।

Related story