ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା । ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା । ତେବେ କମିଶନ୍ […]

790

Tapas Behera
  • Published: Saturday, 02 January 2021
  • , Updated: 02 January 2021, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା । ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା । ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା । ଆଜି ବିଧିବଦ୍ଧ ଭାବେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ ବା OSCBC କାର୍ଯ୍ୟ ଆରମ୍ଭ କରିଛି।  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ୍‌ର ଅଧ୍ୟକ୍ଷ ଏବଂ ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ପଛୁଆବର୍ଗରେ ସାମିଲ ହୋଇନଥିବା ଜାତିଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରେ ଯୋଡ଼ିବା ଏବଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି କରିଥିବା ପଛୁଆ ବର୍ଗଙ୍କୁ ବାଦ୍ ଦେବା ଦିଗରେ କାମ କରିବ କମିଶନ୍ । ଏହାସହ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ବର୍ତ୍ତମାନର ସ୍ଥିତି କଣ ସେନେଇ ସର୍ଭେ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ ।

ତେବେ ନବୀନଙ୍କ ପଂଚମ ପାଳିରେ କାହିଁକି ମନେ ପଡିଲା ପଛୁଆ ବର୍ଗଙ୍କ କଥା? ଓବିସି ଡାଟାବେସ୍‌କୁ ନେଇ ସରକାର କଣ କରିବେ?  କୁହାଯାଉଛି ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କ ପାଖରେ ସିଧାସଳଖ ସେମିତି କୌଣସି ସ୍କିମ୍ ନାହିଁ । ତେବେ ଏହି ବର୍ଗର ବୃହତ୍ ଭୋଟ୍ ବ୍ୟାଙ୍କ ଥିବାରୁ ତାକୁ ହାତରେ ରଖିବା ପାଇଁ ଏସବୁ କସରତ୍ ବୋଲି ଚର୍ଚ୍ଚା ହେଉଛି। ସେପଟେ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନଥିବାରୁ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତିନିଥର ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ୍ ଏହାକୁ ଡ୍ରାମା ବୋଲି କହିଥିବାବେଳେ ବିଜେଡି ଏହାର ଜବାବ୍ ରଖିଛି।

୨୦୨୧ ଜନଗଣନା ବେଳେ ଜାତିଭିତ୍ତିକ ଗଣନା କରିବାକୁ କେନ୍ଦ୍ର ପାଖରେ ଦାବି କରିଥିଲେ ରାଜ୍ୟ ସରକାର। କିନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଉତ୍ତର ରଖି ସ୍ୱତନ୍ତ୍ର ଭାବେ OBC ଗଣନା ହେବ ନାହିଁ ବୋଲି କହିଥିଲେ । ତେଣୁ ରାଜ୍ୟ ସରକାର ନିଜସ୍ତରରେ ପଛୁଆ ବର୍ଗଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।

Related story