ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେହିପରି ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୂଖ ସଚିବ ଥିବା ଅନୁ ଗର୍ଗ ହୋଇଛନ୍ତି ଜଳ ସଂପଦ ବିଭାଗର ପ୍ରମୂଖ ସଚିବ। ଏହା ସହିତ ଅନୁ ଗର୍ଗଙ୍କ ହାତରେ ପୂର୍ବବତ୍ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ରହିବ।
ଏମ୍ଏସ୍ଏମ୍ଇର ପ୍ରମୂଖ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରେନ୍ଦ୍ର କୁମାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ପ୍ରମୂଖ ସଚିବ। ଏହା ସହିତ ସୁରେନ୍ଦ୍ର କୁମାର ସିଡିଏ (କଟକ ଡେଭଲପ୍ମେଣ୍ଟ ଅଥରିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୁରେନ୍ଦ୍ର କୁମାର ପୂର୍ବରୁ ଜଳ ସଂପଦ ବିଭାଗର ପ୍ରମୂଖ ସଚିବ ଥିଲେ।
ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପ୍ରମୂଖ ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୂଖ ସଚିବ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।
Miscellaneous
ବ୍ୟାନ୍ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ
ସରକାର ବ୍ୟାନ୍ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି।
Crime
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍, ମିଳିଲା ନକଲି ପରିଚୟପତ୍ର
ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।
Miscellaneous
ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ
ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।