ରାଜଧାନୀରେ ସିଲ୍‌ ହେଲା ରେଷ୍ଟୁରାଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସିଲ୍‌ ହେଲା ରେଷ୍ଟୁରାଣ୍ଟ। ନିକୋ ପାର୍କ ନିକଟରେ ଥିବା ନାଇନ୍ଥ ଷ୍ଟ୍ରିଟ୍ ନାମକ ରେଷ୍ଟୁରାଣ୍ଟକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନନେଇ ଦାଣ୍ଡିଆ ନୃତ୍ୟ ଆୟୋଜନ କରିବାକୁ ଯୋଜନା କରୁଥିଲା। ନିକୋ ପାର୍କ ପାଖରେ ରହିଛି ନାଇନ୍ଥ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟ। ଏଠାରେ ଆଜି ଓ ଆସନ୍ତାକାଲି ନବରାତ୍ରୀ ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ ପାଇଁ ଯୋଜନା କରାଯାଇଥିଲା। ଏପରିକି ସୋଶାଲ୍‌ ମିଡ଼ିଆ ମାଧ୍ୟମରେ ଟିକେଟ […]

Dandia1

Manoranjan Sial
  • Published: Wednesday, 13 October 2021
  • , Updated: 13 October 2021, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସିଲ୍‌ ହେଲା ରେଷ୍ଟୁରାଣ୍ଟ। ନିକୋ ପାର୍କ ନିକଟରେ ଥିବା ନାଇନ୍ଥ ଷ୍ଟ୍ରିଟ୍ ନାମକ ରେଷ୍ଟୁରାଣ୍ଟକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନନେଇ ଦାଣ୍ଡିଆ ନୃତ୍ୟ ଆୟୋଜନ କରିବାକୁ ଯୋଜନା କରୁଥିଲା।

ନିକୋ ପାର୍କ ପାଖରେ ରହିଛି ନାଇନ୍ଥ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟ। ଏଠାରେ ଆଜି ଓ ଆସନ୍ତାକାଲି ନବରାତ୍ରୀ ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ ପାଇଁ ଯୋଜନା କରାଯାଇଥିଲା। ଏପରିକି ସୋଶାଲ୍‌ ମିଡ଼ିଆ ମାଧ୍ୟମରେ ଟିକେଟ ବିକ୍ରି କରାଯାଇଥିଲା। ଯାହାର ମୂଲ୍ୟ ଜଣକା ୬୪୯ ରଖାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ଥିଲା। ତନାଘନା କରିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ବିଏମ୍‌ସି ସିଲ୍‌ କରିଛି।

ପୂଜା ଅବସରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଠୋର କରିଛି ବିଏମ୍‌ସି। ରାଜଧାନୀରେ ବିନା ଅନୁମତି କୌଣସି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ୱେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଦାଣ୍ଡିଆ ନୃତ୍ୟ ପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଯେଉଁଥିପାଇଁ ଆଜି ବିଏମ୍‌ସି ରେଷ୍ଟୁରାଣ୍ଟକୁ ସିଲ୍‌ କରିଛି।

ସେପଟେ ଭୁବନେଶ୍ୱରର ସ୍ଥିତି ଭୟଙ୍କର ହେବାରେ ଲାଗିଛି। କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଗତକାଲି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୨ ଲୋକାଲ୍‌ କେସ ଅଛନ୍ତି।

Related story