ଅନନ୍ତ ବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ପୂଜାର୍ଚ୍ଚନା ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଓ ମନ୍ଦିର ପରିସରରେ ମହାପ୍ରସାଦ ସେବା ଉପରେ କଟକଣା ଜାରି କରାଯାଇଛି। ତେବେ […]

ananta Basudev Temple

ananta Basudev Temple

Ordigital Desk
  • Published: Saturday, 18 September 2021
  • Updated: 18 September 2021, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି।

ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଓ ମନ୍ଦିର ପରିସରରେ ମହାପ୍ରସାଦ ସେବା ଉପରେ କଟକଣା ଜାରି କରାଯାଇଛି। ତେବେ ମନ୍ଦିରରେ ଠାକୁରଙ୍କ ପୂଜା ରୀତିନୀତି ଯଥାବତ୍ ସମ୍ପାଦନ ହେବ। କୋଭିଡ୍ ଗାଇଡଲାଇନ ପାଳନ କରି କେବଳ ଦୁଇ ଡୋଜ୍ ଟିକା ନେଇଥିବା ସେବାୟତଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ଦେବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ସେବାୟତମାନେ ନିଶ୍ଚିତ ଭାବେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରିବେ। ସେବାୟତମାନଙ୍କୁ ସାନିଟାଇଜର ଦେବାକୁ ମଧ୍ୟ ବିଏମସି ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ,ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗତକାଲି ଭୁବନେଶ୍ୱର ତହସିଲ ଅଫିସ ଓ ସବକଲେକ୍ଟର ଅଫିସକୁ ୭ଦିନ ପାଇଁ ସିଲ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos