ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବି.କେ. ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଘରେ ତାଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି।
ମେଜର ଜେନେରାଲ ବି.କେ. ମହାପାତ୍ର ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର। ଟ୍ୟାଙ୍କ ମ୍ୟାନ ଭାରେ ସେ ପରିଚିତ ଥିଲେ। ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ୧୯୬୧ରେ ଗୋଆ ଅପରେସନରେ ସାମିଲ ହୋଇଥିଲେ। ଏଥି ସହ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ମେଜର ଜେନେରାଲ ବି.କେ. ମହାପାତ୍ରଙ୍କର ଜନ୍ମ ୧୯୩୪ ଜାନୁଆରୀ ୧୬ରେ ହୋଇଥିଲା। ସେ ୧୯୫୪ ମସିହାରେ କମିଶନଡ୍ ଅଧିକାରୀ ଭାବେ ଥାର୍ଡ କାଭାଲାରିରେ ଯୋଗ ଦେଇଥିଲେ। ସେନାର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଅନେକ ଦାୟିତ୍ୱ ତୁଳାଇଛନ୍ତି। ଏଥିପାଇଁ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।
Crime
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ
ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ
Crime
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।
Crime
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।
Crime
ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍
ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।