୧୪୪ ଧାରା ସତ୍ତ୍ୱେ ଜାରି ରହିଛି ଆନ୍ଦୋଳନ

ପାରାଦୀପ (ଏନ୍‌.ଏମ୍‌. ବୈଶାଖ): ଅଶାନ୍ତ ହୋଇପଡ଼ିଛି ପାରାଦୀପ ଟର୍ମିନାଲ୍‌ ରୋଡ୍‌। ୧୪୪ ଧାରା ସତ୍ତ୍ୱେ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀ ଓ ଶ୍ରମିକମାନେ ଆଜି ଆଦାନୀ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ଧାରଣା ସ୍ଥଳରେ ୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ୨୦୦୪ ମସିହାରେ ପାରାଦୀପ ଟର୍ମିନାଲ୍‌ ରୋଡ୍‌ରେ କାର୍‌ଗିଲ୍‌ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା। ପରିବହନ ସମସ୍ୟା ଯୋଗୁ ୨୦୧୬ ମସିହାରେ କାରଖାନାକୁ […]

paradeep protest

paradeep protest

Rakesh Mallick
  • Published: Wednesday, 11 July 2018
  • Updated: 11 July 2018, 10:08 AM IST

ପାରାଦୀପ (ଏନ୍‌.ଏମ୍‌. ବୈଶାଖ): ଅଶାନ୍ତ ହୋଇପଡ଼ିଛି ପାରାଦୀପ ଟର୍ମିନାଲ୍‌ ରୋଡ୍‌। ୧୪୪ ଧାରା ସତ୍ତ୍ୱେ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀ ଓ ଶ୍ରମିକମାନେ ଆଜି ଆଦାନୀ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ଧାରଣା ସ୍ଥଳରେ ୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

୨୦୦୪ ମସିହାରେ ପାରାଦୀପ ଟର୍ମିନାଲ୍‌ ରୋଡ୍‌ରେ କାର୍‌ଗିଲ୍‌ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା। ପରିବହନ ସମସ୍ୟା ଯୋଗୁ ୨୦୧୬ ମସିହାରେ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଫଳରେ ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ଚାକିରି ହରାଇଥିଲେ। ଗତ କିଛି ମାସ ତଳେ ଏହି କମ୍ପାନୀକୁ ଆଦାନୀ ଗ୍ରୁପ୍‌ କିଣିବାରୁ ବେକାର ବସିଥିବା ଶ୍ରମିକ ଓ କର୍ମଚାରୀ ଖୁସି ହୋଇଯାଇଥିଲେ। ଆଦାନୀ କମ୍ପାନୀ ସେମାନଙ୍କୁ ନିଯୁକ୍ତି ଦେବ ବୋଲି ସେମାନେ ଭାବିଥିଲେ। ମାତ୍ର ଆଦିନୀ ଗ୍ରୁପ୍‌ ସେମାନଙ୍କୁ ନେଇ ନ ଥିଲା। ସେଥିପାଇଁ ୧୫୨ ଶ୍ରମିକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସ୍‌କୁ ପୂର୍ବରୁ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos