ଓମ୍‌ଫେଡ୍‌ ଜରି ଓ ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓମ୍‌ଫେଡ୍‌ ଜରି ଓ ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ସଂଗ୍ରହ କରାଯିବ ଜରି ଓ ବୋତଲ। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏ ନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ସଚିବାଳୟରେ ଆଜି ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ଲାଷ୍ଟିକ୍ […]

omfed

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 12:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓମ୍‌ଫେଡ୍‌ ଜରି ଓ ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ସଂଗ୍ରହ କରାଯିବ ଜରି ଓ ବୋତଲ। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏ ନେଇ ସୂଚନା ଦିଆଯିବ।

ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ସଚିବାଳୟରେ ଆଜି ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଆସିବ। ଦୁଇ ସପ୍ତାହ ମଧ୍ୟରେ ନିୟମ ରୂପାୟନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Related story