ଦମ୍ଭ ଦେଖାଇଲେ ରାଜସ୍ୱ ମନ୍ତ୍ରୀ; କହିଲେ- ଇଞ୍ଚେ ବି ଜାଗା ଦିଆଯିବାର ପ୍ରଶ୍ନ ଉଠୁନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ରାଜ୍ୟ ସରକାର ବିବାଦୀୟ ଗ୍ରାମ ପୁଞ୍ଜ କୋଟିଆ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଦୁଇ ଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ଓଡ଼ିଶା ଇଞ୍ଚେ ବି ଜାଗା ଦିଆଯିବନି। ଶ୍ରୀ ମାରାଣ୍ଡି କହିଛନ୍ତି-“କୋରାପୁଟ […]

kotia

Manoranjan Sial
  • Published: Saturday, 06 February 2021
  • , Updated: 06 February 2021, 05:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ରାଜ୍ୟ ସରକାର ବିବାଦୀୟ ଗ୍ରାମ ପୁଞ୍ଜ କୋଟିଆ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଦୁଇ ଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ଓଡ଼ିଶା ଇଞ୍ଚେ ବି ଜାଗା ଦିଆଯିବନି।

ଶ୍ରୀ ମାରାଣ୍ଡି କହିଛନ୍ତି-“କୋରାପୁଟ ଓ ଗଜପତିର କେତେକ ଅଞ୍ଚଳରେ ଆନ୍ଧ୍ର ନିର୍ବାଚନ କରିବା ପ୍ରକ୍ରିୟା ସମ୍ପର୍କରେ ଓଡ଼ିଶା ସରକାର ସଚେତନ ଅଛନ୍ତି। ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆମ ତରଫରୁ ଯାହା କରାଯିବା କଥା ଯଥା ସମ୍ଭବ କରାଯିବ। ଏଥିପାଇଁ ଆମେ ଦୃଢ଼ ସଂକଳ୍ପବଦ୍ଧ। ଓଡ଼ିଶାର ଇଞ୍ଚେ ବି ଜାଗା କାହାକୁ ଦେବା ପ୍ରଶ୍ନ ଉଠୁନି।”

ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ ପ୍ରଶ୍ନରେ ଶ୍ରୀ ମାରାଣ୍ଡି କହିଛନ୍ତି, ଯାହା ଯାହା ପଦକ୍ଷେପ ନେବାକଥା ନିଆଯିବ।

ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଜନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ୩ ସରପଞ୍ଚ, ୧୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟୁଚେନୁରୁ ହୋଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ଓ ପଟୁଗୁନେରୀ ହୋଇଥିବା ଫଗୁଣସିନେରୀରୁ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆନ୍ଧ୍ର ସାଲୁର ବ୍ଲକ କୁଟୁଗୁଟି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ସୂଚନା।

Related story