ଗୃହିଣୀରୁ ବିଧାୟିକା ରୀତା ସାହୁ

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁରରେ ବାଜି ମାରିଛନ୍ତି। ରୀତା ୧,୦୨,୭୮୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ସ୍ୱର୍ଗତ ସୁବଳ ସାହୁ ଜୀବିତ ଥିବା ପର୍ଯ୍ୟନ୍ତ ରାଜନୀତି କ’ଣ ଜାଣି ନଥିବା […]

rita

Rakesh Mallick
  • Published: Wednesday, 28 February 2018
  • , Updated: 01 March 2018, 02:19 AM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁରରେ ବାଜି ମାରିଛନ୍ତି। ରୀତା ୧,୦୨,୭୮୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି।

ସ୍ୱର୍ଗତ ସୁବଳ ସାହୁ ଜୀବିତ ଥିବା ପର୍ଯ୍ୟନ୍ତ ରାଜନୀତି କ’ଣ ଜାଣି ନଥିବା ତାଙ୍କ ପତ୍ନୀ ରୀତା ଆଜି ବିଜେପୁରର ବିଧାୟିକା ହୋଇଛନ୍ତି। ଆସନ୍ତୁ ଜାଣିବା ଗୃହଣୀରୁ ବିଧାୟିକା ହେବାର ରୀତାଙ୍କ ଏହି ଯାତ୍ରା ସମ୍ପର୍କରେ।

ବରପାଲିର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ। ସ୍ୱାମୀ ସୁବଳ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱାମୀ ବଞ୍ଚିଥିବା ବେଳେ ରାଜନୀତିର ଛାୟା ମାଡ଼ି ନ ଥିଲେ ୪୬ ବର୍ଷୀୟ ରୀତା। ଗୃହିଣୀ ଭାବେ ଘରର ଦାୟିତ୍ୱ ତୁଳାଉଥିଲେ। ହେଲେ ଗତବର୍ଷ ଅଗଷ୍ଟ ମାସରେ ସୁବଳ ସାହୁଙ୍କ ଦେହାନ୍ତ ପରେ ରାଜନୀତିକୁ ଆସିବାକୁ ପଡ଼ିଥିଲା ରୀତାଙ୍କୁ। ସୁବଳଙ୍କ ମୃତ୍ୟୁର ପ୍ରାୟ ମାସକ ପରେ ସେପ୍ଟେମ୍ବର ୨୩ ତାରିଖରେ ରୀତା ନିଜ ଦୁଇ ପୁଅଙ୍କ ସହ ନବୀନ ନିବାସ ଆସି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହାର ଦୁଇ ଦିନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେପୁର ଉପନିର୍ବାଚନ ପାଇଁ ରୀତା ହିଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଆଉ ଏବେ ବିଜେପୁରବାସୀ ତାଙ୍କୁ ବିଧାୟିକା ଭାବେ ନିର୍ବାଚିତ କରିଛନ୍ତି।

 

Related story