ମନ୍ତ୍ରୀ ହେବେ ରୀତା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର। ହୋଇପାରନ୍ତି ମନ୍ତ୍ରୀ। ଉପନିର୍ବାଚନରେ ବିପୁଳ ବିଜୟ ପରେ  ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି।  ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହଁନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା  ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ। ବିଜେପୁର ବ୍ୟାଟେଲରେ ବିଜେଡିର […]

bijepur

Tapas Behera
  • Published: Saturday, 26 October 2019
  • , Updated: 26 October 2019, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର। ହୋଇପାରନ୍ତି ମନ୍ତ୍ରୀ। ଉପନିର୍ବାଚନରେ ବିପୁଳ ବିଜୟ ପରେ  ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି।  ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହଁନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା  ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ।

ବିଜେପୁର ବ୍ୟାଟେଲରେ ବିଜେଡିର ବୃହତ୍ ବିଜୟ । ୯୭ ହଜାର ୯୯୦ ଭୋଟ୍ ବ୍ୟବଧାନରେ ଜିତି ସର୍ବକାଳୀନ ରେକର୍ଡ କଲେ  ରୀତା ସାହୁ । ଆଉ ଏହି ସୁପର୍ ସୋ’ ପାଇଁ ରୀତାଙ୍କୁ ମିଳିପାରେ ପୁରସ୍କାର। ଚର୍ଚ୍ଚା ହେଉଛି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଯେଉଁ ଗୋଟିଏ ପଦ ଖାଲି  ରହିଛି, ତାହାକୁ ରୀତାଙ୍କୁ ମିଳିପାରେ ବୋଲି କୁହାଯାଉଛି।  ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ଝଟ୍‌କା ପରେ ୨୦୧୮ ଉପନିର୍ବାଚନରେ  ରୀତା ୪୨ ହଜାର ଭୋଟ୍‌ରେ ଜିତି ଥିଲେ। ଯାହା ସାଧାରଣ ନିର୍ବାଚନ ପାଇଁ ଦଳକୁ ବଳ ଦେଇଥିଲା। ସେହିପରି ସାଧାରଣ ନିର୍ବାଚନରେ  ରୀତା, ନବୀନଙ୍କ ପାଇଁ ନିଜ ସିଟ୍ ଛାଡିଥିଲେ। ତେଣୁ ରୀତାଙ୍କ ପ୍ରତି ନବୀନଙ୍କ ଅନୁକମ୍ପା ବଢ଼ିଛି । ସେପଟେ ହିଞ୍ଜିଳି ଆସନକୁ ରଖି ନବୀନ  ବିଜେପୁର ଛାଡ଼ିବା ଏବଂ ୨୦୧୮ ଉପନିର୍ବାଚନ ବେଳେ ବିଜେପୁରର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଏକ ପ୍ରକାର  ଅସନ୍ତୋଷ ରହିଛି। ଏହି ଅପବାଦରୁ ମୁକ୍ତ ହେବା ପାଇଁ ରୀତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।

ସେପଟେ ବିଜେଡିର ବିପୁଳ ବିଜୟ ପଛରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ବି ନବୀନ ପୁରସ୍କାର  କରିବାର ସମ୍ଭାବନା ରହିଛି । ୧୮ ଉପନିର୍ବାଚନ ପରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିବା ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇ ପୁରସ୍କୃତ କରାଯାଇଥିଲା।  ମନ୍ତ୍ରୀ ନିରଂଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ପ୍ରସନ୍ନ ଆଚାର୍ଯ୍ୟଙ୍କୁ  ରାଜ୍ୟସଭାରେ ନେତା, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଡିଷ୍ଟ୍ରି ପ୍ଲାନିଂ କମିଟିର ଚ୍ୟାୟାରମେନ୍ ଦାୟିତ୍ୱ ଦିଆଯାଇଥିଲା। ଏଥର ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ପ୍ରଣବ  ପ୍ରକାଶ ଦାସ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ସମେତ କିଛି ମନ୍ତ୍ରୀ, ବିଧାୟକ ଓ ନେତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ସେମାନଙ୍କ ମଧ୍ୟରୁ ସଂଜୟ ଦାସବର୍ମା, ପ୍ରଭାସ ସିଂ, ସ୍ନେହାଙ୍ଗିନୀ ଛୁରିଆ ସମେତ କିଛି ନେତାଙ୍କୁ ଦଳ ଓ ସରକାରରେ ପଦପଦବୀ ମିଳିବା ସମ୍ଭାବନା ରହିଛି।

Related story