ଦେବୋତ୍ତର କମିଶନଙ୍କ ପ୍ରତିଶ୍ରୁତି ପରେ ଦାନ୍ତ ଘଷିଲେ ଲିଙ୍ଗରାଜ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦେଢ଼ ଦିନ ପରେ ଅବକାଶ ନୀତି ଆରମ୍ଭ ହୋଇଛି। ଅପରାହ୍ନରେ ଦାନ୍ତ ଘଷିଲେ ମହାପ୍ରଭୁ ଲିଙ୍ଗରାଜ। ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି। ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଥିଲା। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି […]

lingaraj

Manoranjan Sial
  • Published: Wednesday, 04 September 2019
  • , Updated: 04 September 2019, 05:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦେଢ଼ ଦିନ ପରେ ଅବକାଶ ନୀତି ଆରମ୍ଭ ହୋଇଛି। ଅପରାହ୍ନରେ ଦାନ୍ତ ଘଷିଲେ ମହାପ୍ରଭୁ ଲିଙ୍ଗରାଜ। ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି। ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଥିଲା। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍‌ ଭାବେ ନିର୍ମାଣ କରୁଥିବା ସେମାନେ ଅଭିଯୋଗ ଆଣିଥିଲେ।

ଅନ୍ୟପକ୍ଷରେ ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଥିଲେ। ବିବାଦୀୟ ଜମିକୁ ନିଜର ବୋଲି ବଡୁ ନିଯୋଗ ଦାବି କରିଥିଲେ। ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛି। ତେବେ ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଥିଲେ।

ସେପଟେ ବଡ଼ୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ୍‌ ଦର୍ଶାଇଥିଲା। ଜମି ମହାପ୍ରଭୁ ଲିଙ୍ଗରାଜଙ୍କର, ଏହାକୁ ସୁରକ୍ଷା ଦେବା ପାଇଁ କେବଳ ସେବାୟତ ଦାୟିତ୍ୱରେ ଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ।

ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ବସିଥିଲା। ତେବେ ଏହି ବୈଠକରେ କୌଣସି ସମାଧାନ ବାହାରି ପାରି ନ ଥିଲା। ଫଳରେ ନିଜ ଜିଦ୍‌ରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଅଟଳ ରହିଥିଲେ।

Related story