ବଲିଉଡ୍‌ ନାୟିକା ଉର୍ମିଳାଙ୍କ ମନ ଜିଣିଲେ ରିଜବାନା ବାନୁ

ନବରଙ୍ଗପୁର (ନବଘନ ବିଷୋୟୀ): ବଲିଉଡ୍‌ ନାୟିକା ଉର୍ମିଳାଙ୍କ ମନ ଜିଣିଛନ୍ତି ନବରଙ୍ଗପୁରର ବୋହୂ ରିଜବାନା ବାନୁ। ତାଙ୍କ ମେକ୍‌ଅପ୍‌ ଆର୍ଟ ଦେଖି ଦିୱାନା ହୋଇଛନ୍ତି ଉର୍ମିଳାଙ୍କ ସମେତ ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ପରି ବହୁ ପ୍ରତିଷ୍ଠିତ ବଲିଉଡ୍‌ କଳାକାର। ଯେଉଁଥିପାଇଁ ସେ ‘ବ୍ରାଇଡ୍‌ଲ ମେକ୍‌ଅପ୍‌ ଆର୍ଟ’ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛନ୍ତି। ରିଜବାନା ବାନୁଙ୍କ ଏହି ସଫଳତା ଅବିଭକ୍ତ କୋରାପୁଟ୍‌ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେକ୍‌ଅପ୍‌ […]

urmila

Manoranjan Sial
  • Published: Wednesday, 08 September 2021
  • , Updated: 08 September 2021, 04:25 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ବଲିଉଡ୍‌ ନାୟିକା ଉର୍ମିଳାଙ୍କ ମନ ଜିଣିଛନ୍ତି ନବରଙ୍ଗପୁରର ବୋହୂ ରିଜବାନା ବାନୁ। ତାଙ୍କ ମେକ୍‌ଅପ୍‌ ଆର୍ଟ ଦେଖି ଦିୱାନା ହୋଇଛନ୍ତି ଉର୍ମିଳାଙ୍କ ସମେତ ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ପରି ବହୁ ପ୍ରତିଷ୍ଠିତ ବଲିଉଡ୍‌ କଳାକାର। ଯେଉଁଥିପାଇଁ ସେ ‘ବ୍ରାଇଡ୍‌ଲ ମେକ୍‌ଅପ୍‌ ଆର୍ଟ’ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛନ୍ତି। ରିଜବାନା ବାନୁଙ୍କ ଏହି ସଫଳତା ଅବିଭକ୍ତ କୋରାପୁଟ୍‌ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେକ୍‌ଅପ୍‌ ସମୟର ରିଜବାନାଙ୍କ କିଛି ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ପୂରା ଘଟଣା ଏମିତି। କୋରାପୁଟ ଜିଲ୍ଲା କୋଟପାଡ୍‌ ଗାଁରେ ଜନ୍ମଗ୍ରହଣ କରିଥିଲେ ରିଜବାନା ବାନୁ। ସେ ଏକ ରକ୍ଷଣଶୀଳ ମୁସଲମାନ୍‌ ପରିବାରର ଝିଅ ହୋଇଥିଲେ ମଧ୍ୟ ଫେସନ୍‌ ଦୁନିଆରେ ନାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ବାପା ସଲିମ୍‌ ଉଦ୍ଦିନ୍‌ ଓ ମାଆ ସାକିନା ବାନୁ ସମର୍ଥନ ଦେଇଥିଲେ। ସେଥିପାଇଁ ସେ ‘ମେକଅପ୍‌ ଆର’ରେ ଉଚ୍ଚ ଶିକ୍ଷାଗ୍ରହଣ କରିବା ପାଇଁ ତାଲିମ ନେଲେ। ତା’ପରେ କୋଟପାଡ଼ ପରି ଛୋଟ ଟାଉନ୍‌ରେ ଏକ ବ୍ୟୁଟିପାର୍ଲର ଖୋଲି ଝିଅମାନଙ୍କୁ ମେକ୍‌ଅପ୍‌ କରିବାରେ ଲାଗି ପଡ଼ିଲେ।

୨୦୧୭ ମସିହାରେ ରିଜବାନା ବାନୁଙ୍କର ବିବାହ ଠିକ୍‌ ହୋଇଥିଲା। ସେ ନବରଙ୍ଗପୁର ଜିଲ୍ଲାର ଶେଖନୁର ମୁଜୀବଙ୍କୁ ବିବାହ କରିଥିଲେ। ବାହାଘର ପରେ ସ୍ୱାମୀ ହିସାବରେ ପତ୍ନୀଙ୍କ କଥା ବୁଝିଥିଲେ। ଆଉ ପତ୍ନୀଙ୍କ ଆଗ୍ରହକୁ ସମ୍ମାନ ଜଣାଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ସ୍ୱାମୀଙ୍କ ସମର୍ଥନ ପାଇ ରିଜବାନା ବାନୁ ମେକ୍‌ଅପ୍‌କୁ କ୍ୟାରିୟର କରି ଆଗକୁ ବଢ଼ିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଇ ନେଇଥିଲେ।

କରୋନା ମହାମାରୀ ଭିତରେ ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼ ରାୟପୁର ଦିନଦୟାଲ ଅଡ଼ିଟାରିୟମଠାରେ ହୋଇଥିଲା ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ‘ବ୍ରାଇଡ୍‌ଲ ମେକ୍‌ଅପ୍‌ ଆର୍ଟ’ ପ୍ରତିଯୋଗିତା। ଏଥିରେ ଭାଗ ନେଇଥିଲେ ରିଜବାନା ବାନୁ। ଏହି ପ୍ରତିଯୋଗିତାରେ ସର୍ବ ଭାରତୀୟସ୍ତରରୁ ୪୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ନାୟିକା ତାରକା ଉର୍ମିଳା ମାତେଣ୍ଡକର, ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ସମସ୍ତେ ରିଜବାନଙ୍କ ମେକ୍‌ଅପ୍‌ରେ ଦିୱାନା ହୋଇଥିଲେ। ଆଉ ରିଜବାନଙ୍କୁ ବହୁ ପ୍ରଶଂସା କରିଥିଲେ। ‘ବ୍ରାଇଡ୍‌ଲ ମେକ୍‌ଅପ୍‌ ଆର୍ଟ’ ପ୍ରତିଯୋଗିତାରେ ରିଜବାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।

Related story