ମାଟିତଳୁ ବାହାରୁଛି ନିଆଁ ଓ ଧୂଆଁ, ସ୍ଥାନୀୟ ଲୋକେ ଭୟଭୀତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆରଏସ୍‌ପି) ପାଚେରୀ ବାହାରେ ହେକ୍‌ଟେ ରୋଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟି ତଳୁ ନିଆଁ ଓ ଧୂଆଁ ବାହାରୁଛି। ନିଆଁର ପ୍ରକୋପ ଧୀରେଧୀରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ତେବେ କେମିକାଲ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର ଆରଏସ୍‌ପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନାହିଁ। ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା […]

rkl

Rakesh Mallick
  • Published: Tuesday, 28 March 2017
  • , Updated: 28 March 2017, 08:24 PM IST

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆରଏସ୍‌ପି) ପାଚେରୀ ବାହାରେ ହେକ୍‌ଟେ ରୋଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟି ତଳୁ ନିଆଁ ଓ ଧୂଆଁ ବାହାରୁଛି। ନିଆଁର ପ୍ରକୋପ ଧୀରେଧୀରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ତେବେ କେମିକାଲ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର ଆରଏସ୍‌ପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନାହିଁ।

ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ମାତ୍ର ଅଗ୍ନିକାଣ୍ଡ କର୍ମଚାରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

Related story