ଟମାଟୋ ଫ୍ଲୁ ପାଇଁ ଆଲର୍ଟ, ନମୁନା ଯାଞ୍ଚ କରିବ ଆରଏମଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ଭାଗରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟରେ ଓଡ଼ିଶାରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆଲର୍ଟ ଜାରି କରିଛନ୍ତି । ଏଭଳି ନମୁନା ସଂଗ୍ରହ କରି ତା’ର ଯାଂଚ ନିମନ୍ତେ ଭୁବନେଶ୍ୱରସ୍ଥିତ ଆରଏମଆରସି ମଧ୍ୟ ସହମତି ଜଣାଇଛି । ରାଜ୍ୟର କିଛି ଜିଲ୍ଲାରେ ପିଲାମାନଙ୍କ ପାଦ, ଦେହ ଓ ପାଟି ନାଲି ପଡ଼ି ଯାଉଥିବା ନେଇ ଅଭିଯୋଗ ମାନ ଆସିବା ପରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର […]

tomatoflu

Ordigital Desk
  • Published: Thursday, 19 May 2022
  • , Updated: 19 May 2022, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ଭାଗରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟରେ ଓଡ଼ିଶାରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆଲର୍ଟ ଜାରି କରିଛନ୍ତି । ଏଭଳି ନମୁନା ସଂଗ୍ରହ କରି ତା’ର ଯାଂଚ ନିମନ୍ତେ ଭୁବନେଶ୍ୱରସ୍ଥିତ ଆରଏମଆରସି ମଧ୍ୟ ସହମତି ଜଣାଇଛି । ରାଜ୍ୟର କିଛି ଜିଲ୍ଲାରେ ପିଲାମାନଙ୍କ ପାଦ, ଦେହ ଓ ପାଟି ନାଲି ପଡ଼ି ଯାଉଥିବା ନେଇ ଅଭିଯୋଗ ମାନ ଆସିବା ପରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏଭଳି ଫ୍ଲୁ’ର ଲକ୍ଷଣ ଥିବା କେତେ କେସ୍ ଆସିଛି, ତାହା ଜାଣିବା ପାଇଁ ମେଡିକାଲ କଲେଜ ମେଡିକାଲ କଲେଜଗୁଡ଼ିକର ପ୍ରଫେସର ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇଛି । ଏହା ଏକ ଭାଇରାଲ ରୋଗ ଓ ଏହି ସମୟରେ ହୋଇଥାଏ । ତେବେ ଏହା ଏବେ ମହାମାରୀ ରୂପ ନେଇଛି କି ନାହିଁ ତାହା ଜାଣିବାକୁ ସରକାର ଏବେ ପ୍ରୟାସ କରୁଛନ୍ତି । ଏଥିପାଇଁ ସଚେତନତା ଓ ସର୍ଭେଲାନ୍ସର ଆବଶ୍ୟକତା ରହିଛି ।

ସେ କହିଛନ୍ତି, ଯଦି କୌଣସି ଗାଁ, କ୍ଲଷ୍ଟର, ୱାର୍ଡ ଅବା ହଷ୍ଟେଲରୁ ମହାମାରୀ ଭାବେ ଅଧିକ ସଂଖ୍ୟକ ସଂକ୍ରମଣର ଖବର ଆସେ ତା’ହେଲେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଆରଏମଆରସିକୁ ଏସବୁ ଲକ୍ଷଣ ଥିବା ନମୁନା ସଂଗ୍ରହ ପାଇଁ ଅନୁରୋଧ କରାଯାଇଛି । ଆରଏମଆରସି ମଧ୍ୟ ଏହି ଭାଇରାଲ ନମୁନା ଯାଂଚ ନିମନ୍ତେ ସହମତି ହୋଇଛି । ତେବେ ଏହି ନମୁନା କିଭଳି ସଂଗ୍ରହ ହେବ ସେ ନେଇ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହେବ । ସ୍ୱାବ, ମଳ ଓ ଫୋଟକା ଆଦିରୁ ନମୂନା ସଂଗ୍ରହ କରାଯାଇ ତାକୁ ପରୀକ୍ଷା କରି ଏହି ଭାଇରସକୁ ଚିହ୍ନଟ କରାଯିବ ।

ଡାକ୍ତର ମିଶ୍ର କହିଛନ୍ତି, ଏଭଳି ଭାଇରାଲ ରୋଗ ଏହି ସମୟରେ ଦେଖାଦେଇଥାଏ । ପିଲା ଖାଇବ ନାହିଁ, ଦେହରେ ଫଳିଯିବ, ନାଲି ପଡ଼ିଯିବ, ଜ୍ୱର ହେବ ଓ ବାନ୍ତି ଆଦି ହେବା ହେଉଛି ଏହାର ଲକ୍ଷଣ । ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ମଧ୍ୟ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ କୁହାଯାଇଛି । ତେବେ ଏବେ ପିଲାମାନଙ୍କ ଦେହରେ ଯେଉଁ ଏଭଳି ଲକ୍ଷଣ ଦେଖାଯାଉଛି, ତାହା କେଉଁ ଭାଇରସ୍ ଜାଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଆରଏମଆରସି ଏହି ଭାଇରାସ ଚିହ୍ନଟ କରିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଡାକ୍ତର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

Related story