କାର୍‌-ବାଇକ୍‌ ଧକ୍କା: ୨ ମୃତ

Ordigital Desk
  • Published: Monday, 05 February 2018
  • , Updated: 05 February 2018, 10:40 AM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲି ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇନୋଭା କାର୍&zwnj; ସହ ବାଇକ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।&nbsp; ମୃତକମାନେ ହେଲେ ବୋରଗୁଡ଼ା ଗ୍ରାମର ସଞ୍ଜୟ ହୁଇକା ଏବଂ ଟୁନା କାଡ୍ରାକା।</p> <p>ଗତକାଲି ରାତିରେ ୩ଜଣ ଯୁବକ ବାଇକରେ ଆସୁଥିବାବେଳେ ଥେରୁବାଲି ବ୍ରିଜ ନିକଟରେ ଏକ କାର୍&zwnj;ଟି ଧକ୍କା ଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଆଜି ରାୟଗଡ ଓ ମୁନିଗୁଡ଼ା ରାସ୍ତା ଅବରୋଧ କରିଛନ୍ତି।</p>

Related story