ଦୁର୍ଘଟଣାରେ ଗଲା ଦୁଇ ଜୀବନ

ନୟାଗଡ଼/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ନୟାଗଡ଼ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ରାୟଗଡ଼ା ଜିଲ୍ଲାରେ ଘଟିଛି। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ଯୋଗେନ୍ଦ୍ର ନାଏକ। ତାଙ୍କ ଘର ମୁଦୁରାଙ୍ଗ ଗାଁରେ। ସେ ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ […]

accident

Jyoshna Pradhan
  • Published: Thursday, 16 May 2019
  • , Updated: 16 May 2019, 08:40 AM IST

ନୟାଗଡ଼/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ନୟାଗଡ଼ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ରାୟଗଡ଼ା ଜିଲ୍ଲାରେ ଘଟିଛି।

ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ଯୋଗେନ୍ଦ୍ର ନାଏକ। ତାଙ୍କ ଘର ମୁଦୁରାଙ୍ଗ ଗାଁରେ। ସେ ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ବାଇକ୍‌ଟି ତାଙ୍କୁ ଧକ୍କା ଦେଇଥିଲା।

ଯୋଗେନ୍ଦ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ତାଙ୍କ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସେହିପରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖିଲାମୁଣ୍ଡା ନିକଟରେ ଗତକାଲି ରାତିରେ ଟ୍ରକ୍‌ ଧକ୍କାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଶୋଭା ଗାଙ୍ଗଡ଼ା। ବସ୍‌ରୁ ଓହ୍ଲାଇ ରାସ୍ତା ପାର ହେଉଥିବାବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୁନିଗୁଡ଼ା ଓ ବାଲିଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।  ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ କରୁଛି।

Related story