ପିକ୍‌ଅପ୍‌ ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ୱ ଗାଁ ନିକଟରେ ପିକ୍‌ଅପ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର. ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍‌ରେ ମୋହନା ଆସୁଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ମା ପଟୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। […]

body

Jyoshna Pradhan
  • Published: Monday, 06 May 2019
  • , Updated: 06 May 2019, 07:52 AM IST

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ୱ ଗାଁ ନିକଟରେ ପିକ୍‌ଅପ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର. ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍‌ରେ ମୋହନା ଆସୁଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ମା ପଟୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଦୁଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story