ସ୍କୁଟି ଉପରେ ମାଡ଼ିଗଲା ଟ୍ରକ୍‌, ତା’ପରେ...

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସବୁ ଦିନ ପରି ବଜାର ଯାଇଥିଲେ। ସାଙ୍ଗରେ ଥିଲେ ବନ୍ଧୁ। ହେଲେ ଜାଣି ନଥିଲେ ଏହି ବଜାର ଯିବା ତାଙ୍କର ଶେଷଯାତ୍ରା ହେବ ବୋଲି। କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ମାଡ଼ି ଆସିଥିଲା କାଳରୂପୀ ଟ୍ରକ୍‌। ନିମିଷକ ମଧ୍ୟରେ ନେଇ ଗଲା ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ରେ। ଟିଟିଲାଗଡ଼ ପୋଲିସ୍‌ ଷ୍ଟେସନ ନିକଟରେ ଆଜି ଘଟିଛି ଏପରି ଦୁର୍ଘଟଣା। ଏକ ଟ୍ରକ୍‌ ଧକ୍କାରେ ଜଣେ […]

accident

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 05:39 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସବୁ ଦିନ ପରି ବଜାର ଯାଇଥିଲେ। ସାଙ୍ଗରେ ଥିଲେ ବନ୍ଧୁ। ହେଲେ ଜାଣି ନଥିଲେ ଏହି ବଜାର ଯିବା ତାଙ୍କର ଶେଷଯାତ୍ରା ହେବ ବୋଲି। କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ମାଡ଼ି ଆସିଥିଲା କାଳରୂପୀ ଟ୍ରକ୍‌। ନିମିଷକ ମଧ୍ୟରେ ନେଇ ଗଲା ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ରେ।

ଟିଟିଲାଗଡ଼ ପୋଲିସ୍‌ ଷ୍ଟେସନ ନିକଟରେ ଆଜି ଘଟିଛି ଏପରି ଦୁର୍ଘଟଣା। ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଘଣ୍ଟାସୁନିପଡ଼ାର ସୁଶାନ୍ତ ତ୍ରିପାଠୀ।

ସୁଶାନ୍ତ, ସାଙ୍ଗ ବଂଶୀ ସହ ଆଜି ବଜାର ଯାଇଥିଲେ। ସେଠାରେ ଆବଶ୍ୟକ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରକ୍‌ ଆସି ତାଙ୍କୁ ସ୍କୁଟିକୁ ଧକ୍କା ଦେଇଥିଲା। ଗୁରୁତ୍ର ଅବସ୍ଥାରେ ସୁଶାନ୍ତଙ୍କ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ୍‌ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଛି।

Related story