ରଖେ ହରି ମାରେ କିଏ: ନୂଆ ଜୀବନ ପାଇଲେ ନକୁଳ

କଲ୍ୟାଣସିଂହପୁର( ମାଉଡି ବାରିକ): କଥାରେ ଅଛି ରଖେ ହରି ତ ମାରେ କିଏ ? ଏହାର ଚିତ୍ର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଢାମୁଣିପଙ୍ଗା ପଞ୍ଚାୟତର କମାଟଣା ଗାଁରେ ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଏକ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଗାଡ଼ି ଚଳାଉଥିବା ନକୁଳ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର […]

rtty

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:09 AM IST

କଲ୍ୟାଣସିଂହପୁର( ମାଉଡି ବାରିକ): କଥାରେ ଅଛି ରଖେ ହରି ତ ମାରେ କିଏ ? ଏହାର ଚିତ୍ର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଦେଖିବାକୁ ମିଳିଛି।

ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଢାମୁଣିପଙ୍ଗା ପଞ୍ଚାୟତର କମାଟଣା ଗାଁରେ ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଏକ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଗାଡ଼ି ଚଳାଉଥିବା ନକୁଳ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜେସିବି ସହାୟତାରେ ଟ୍ରାକ୍ଟରକୁ ଉଠାଇ ନକୁଳଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଏକଘଣ୍ଟା ଧରି ଟ୍ରାକ୍ଟର ତଳେ ଚାପି ରହିଥିଲେ ମଧ୍ୟ ନକୁଳଙ୍କର ବିଶେଷ ଆହତ ହୋଇ ନ ଥିଲେ। ଉଦ୍ଧାର ପରେ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

 

Related story