ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍; ବାପପୁଅ ମୃତ

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ନିକଟ ପିଢ଼ପାଟଣା ଛକରେ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ବାପପୁଅଙ୍କର ମୃତ୍ୟୁ ଘଟିଛି। ଏଥରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ପାଟଣା ଗାଁର ପବନା ବେହେରା(୫୫) ଓ ତାଙ୍କ ପୁଅ ଧଡ଼ିଆ ବେହେରା( ୩୫) ବର୍ଷ। ଆହତ ଜଣଙ୍କ ଧଡ଼ିଆଙ୍କ ଶଳା ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଧଡ଼ିଆ ତାଙ୍କ ବାପା ଓ ଶଳାଙ୍କ ସହିତ ବାଇକ୍‌ରେ ଡେଲାଙ୍ଗ ଷ୍ଟେସନ୍‌ […]

5666nnnnnnnnnnnnnn9999999999999999

Tapaswini Nayak
  • Published: Wednesday, 10 April 2019
  • , Updated: 10 April 2019, 12:18 PM IST

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ନିକଟ ପିଢ଼ପାଟଣା ଛକରେ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ବାପପୁଅଙ୍କର ମୃତ୍ୟୁ ଘଟିଛି। ଏଥରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ପାଟଣା ଗାଁର ପବନା ବେହେରା(୫୫) ଓ ତାଙ୍କ ପୁଅ ଧଡ଼ିଆ ବେହେରା( ୩୫) ବର୍ଷ। ଆହତ ଜଣଙ୍କ ଧଡ଼ିଆଙ୍କ ଶଳା ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଧଡ଼ିଆ ତାଙ୍କ ବାପା ଓ ଶଳାଙ୍କ ସହିତ ବାଇକ୍‌ରେ ଡେଲାଙ୍ଗ ଷ୍ଟେସନ୍‌ ବଜାରରୁ ଘରକୁ ଫେରୁଥିଲେ। ରାସ୍ତାରେ ଛିଡ଼ା ହୋଇଥିବା ଏକ ଚିପ୍ସ ବୋଝେଇ ଟ୍ରକ୍‌ ପଛରେ ତାଙ୍କ ବାଇକ୍‌ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଧଡ଼ିଆ ଓ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଧଡ଼ିଆଙ୍କ ଶଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Related story