ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଲା ଆମ୍ୱୁଲାନ୍ସ। ଏଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର।
ଭୁବନେଶ୍ୱର କଳିଙ୍ଗ ହସପିଟାଲରୁ ଜଣେ ହୃଦ୍ରୋଗୀ ଡିସ୍ଚାର୍ଜ ହୋଇ ଆମ୍ୱୁଲାନ୍ସରେ ତାଙ୍କ ଘର ପୂର୍ବ ମେଦିନପୁରକୁ ଯାଉଥିଲେ। ଏହି ସମୟରେ ସୋର ନିକଟସ୍ଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍କୁ ପଛପଟେ ପିଟି ହୋଇଥିଲା ଆମ୍ବୁଲାନ୍ସ।