ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୩ ମୃତ

Ordigital Desk
  • Published: Saturday, 26 May 2018
  • , Updated: 26 May 2018, 10:45 AM IST
<p>ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବୁର୍ଲା ସ୍ଥାନାନ୍ତର ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ସେମାନେ ଦୋକାନରେ ଶୋଇଥିଲେ। ମୃତକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି। ସେମାନେ ଏଠାରେ ଜୁସ୍&zwnj; ଦୋକାନ କରିଥିଲେ।</p> <p>ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା। ଭୂତ ଭଳି ଟ୍ରକଟି ମାଡ଼ିଆସି ରାସ୍ତା କଡ଼ ଦୋକାନ ତଥା ଫୁଡ୍&zwnj;ପାଥ୍&zwnj; ଉପରେ ଚଢ଼ିଯାଇଥିଲା। ଜୁସ୍&zwnj; ଦୋକାନ ଉପରକୁ ମାଡ଼ି ଅଟକି ଯାଇଥିଲା ଗାଡ଼ି। ଦୁର୍ଘଟଣା ପରେ ପୋଲିସ ଟ୍ରକ୍ ଡାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>

Related story