ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଯବାନ ମୃତ

ଧର୍ମଗଡ଼( ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ  ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ହେଲେ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ। ଅନ୍ୟଜଣଙ୍କୁ  ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ,ଲକ୍ଷ୍ମୀ ଘରକୁ ଛୁଟିରେ ଆସିଥିଲେ। ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ବୃନ୍ଦାବାହାଲରୁ ଧର୍ମଗଡ଼ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।