ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ସ୍ତ୍ରୀ ଚାଲିଗଲେ, ସ୍ୱାମୀ ଗୁରୁତର

Ordigital Desk
  • Published: Tuesday, 22 May 2018
  • , Updated: 22 May 2018, 12:49 PM IST
<p>ଗୁଣପୁର( ଇନ୍ଦ୍ରଜିତ୍&zwnj; କୁମାର ପଣ୍ଡା): ଗୁଣପୁରରେ &nbsp;ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଣପୁର-ଗଜପତି ରାସ୍ତାର ଚୈତନ୍ୟଗୁଡ଼ା ନିକଟରେ ଏକ ଟ୍ରକ୍ ବାଇକ ପଛରୁ ଧକ୍କା ଦେବାରୁ &nbsp;ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର &zwnj; ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସ୍ୱପ୍ନା ଶବର। ତାଙ୍କ ସ୍ୱାମୀ ଅଭି ଶବରଙ୍କୁ ଗୁରୁତର ଅବସ୍ଥାରେ ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ସ୍ୱାମୀ ସ୍ତ୍ରୀ କରମଡ଼ା ଗାଁରୁ ବାଇକ୍&zwnj; ଯୋଗେ ଗୁଣୁପୁର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଗାଡ଼ି ଚାଳକକୁ ଅଟକ ରଖିଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story