ହାଇୱା ଧକ୍କାରେ ବାଇକ୍‌ ଆରୋହୀ ମୃତ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ଡେଲାଙ୍ଗ ରାସ୍ତା ଜାଡ଼ିପୁର ଛକରେ ଏକ ବାଲି ବୋଝେଇ ହାଇୱା- ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜାଡ଼ିପୁର ଗାଁର ଅଶୋକ କୁମାର ସାହୁ। ଗୁରୁତର ଥିବା ଜଗନ୍ନାଥ ବେହେରାଙ୍କୁ  ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟେ ହେଉଛନ୍ତି ରଙ୍ଗ ମସ୍ତ୍ରୀ। ଆଜି ସକାଳେ  ଏମାନେ ରଙ୍ଗ କାମରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। […]

accident

Rakesh Mallick
  • Published: Sunday, 24 December 2017
  • , Updated: 24 December 2017, 10:41 AM IST

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ଡେଲାଙ୍ଗ ରାସ୍ତା ଜାଡ଼ିପୁର ଛକରେ ଏକ ବାଲି ବୋଝେଇ ହାଇୱା- ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜାଡ଼ିପୁର ଗାଁର ଅଶୋକ କୁମାର ସାହୁ। ଗୁରୁତର ଥିବା ଜଗନ୍ନାଥ ବେହେରାଙ୍କୁ  ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟେ ହେଉଛନ୍ତି ରଙ୍ଗ ମସ୍ତ୍ରୀ। ଆଜି ସକାଳେ  ଏମାନେ ରଙ୍ଗ କାମରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ହାଇୱାକୁ ଭଙ୍ଗାରୁଜା କରିଛନ୍ତି।

Related story