ସ୍କୁଟିକୁ ଚାପି ଦେଲା ଟ୍ରକ୍‌: ପୁଅ ମୃତ, ବାପା ଗୁରୁତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୌରାଙ୍ଗପୁର ଗାଁରେ । ମୃତକ ହେଲେ  ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ପ‍ଢ଼ିଆରୀ। ଗୁରୁତର ହୋଇ ପଡିଥିବା ତାଙ୍କ ବାପା ରଞ୍ଜିତ କୁମାର ପଢ଼ିଆରୀଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ […]

accident

Jyoshna Pradhan
  • Published: Wednesday, 29 May 2019
  • , Updated: 29 May 2019, 08:23 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୌରାଙ୍ଗପୁର ଗାଁରେ ।

ମୃତକ ହେଲେ  ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ପ‍ଢ଼ିଆରୀ। ଗୁରୁତର ହୋଇ ପଡିଥିବା ତାଙ୍କ ବାପା ରଞ୍ଜିତ କୁମାର ପଢ଼ିଆରୀଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଗତକାଲି ରାତିରେ ସୌମ୍ୟରଞ୍ଜନ ଟ୍ୟୁସନ୍‌ ସାରି ବାପାଙ୍କ ସହ ସ୍କୁଟିରେ ଘରକୁ ଆସୁଥିଲେ। ଏହି ସମୟରେ ପଛକୁ ବ୍ୟାକ୍‌ କରୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ତାଙ୍କ ସ୍କୁଟିକୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଗାଁ ଲୋକେ ଅଟକ ରଖିଛନ୍ତି। ହେଲେ ଡ୍ରାଇଭର ଫେରାର୍ ହୋଇଯାଇଛି। ରଣପୁର ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story