ପରିବା ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କନକ ବେହେରା। ତାଙ୍କ ଘର ଚିକରଡ଼ା ଗାଁରେ। ଆଜି ସକାଳେ କନକ ରଣ୍ଢା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ […]

accident99

Tapaswini Nayak
  • Published: Wednesday, 16 October 2019
  • , Updated: 16 October 2019, 08:51 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କନକ ବେହେରା। ତାଙ୍କ ଘର ଚିକରଡ଼ା ଗାଁରେ।

ଆଜି ସକାଳେ କନକ ରଣ୍ଢା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ଘଟଣା ପରେ ଟ୍ରକ୍ ଡ୍ରାଇଭର୍‌ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ରଣ୍ଢା ଛକରେ ଏକ ଓଭର ବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।

ଦୀର୍ଘ ଦିନ ହେବ ରଣ୍ଢା ଛକରେ ଏକ ଓଭର ବ୍ରିଜ୍‌ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ପ୍ରଶାସନ ମଧ୍ୟ ଓଭର ବ୍ରିଜ୍‌ କରିବାକୁ ହିଁ ମାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସେଠାରେ ଓଭର ବ୍ରିଜ୍ ନିର୍ମାଣ ହୋଇପାରିନି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

 

Related story