ବଢ଼ୁଛି ସଡ଼କ ଦୁର୍ଘଟଣା, କେଉଁ ଜିଲ୍ଲାରେ ସର୍ବାଧିକ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାକୁ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟୁଛି। ତେବେ ରାଜ୍ୟରେ ୮ଟି ଜିଲ୍ଲା ଦୁର୍ଘଟଣାଜନିତ ମୃତ୍ୟୁହାର ଅଧିକ ରହିଛି। ଏହି ଜିଲ୍ଲା ମାନଙ୍କ ଭିତରେ ରହିଛି ବାଲେଶ୍ୱର। କରୋନା ଯୋଗୁ ଯେଉଁଠି ସାରା ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି କରାଯାଇଥିଲା, ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି। ବଡ଼ କଥା ହେଉଛି କେବଳ ସେପ୍ଟେମ୍ବର ମାସରେ […]

accident

Ranjit Kumar Jena
  • Published: Tuesday, 15 December 2020
  • , Updated: 15 December 2020, 04:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାକୁ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟୁଛି। ତେବେ ରାଜ୍ୟରେ ୮ଟି ଜିଲ୍ଲା ଦୁର୍ଘଟଣାଜନିତ ମୃତ୍ୟୁହାର ଅଧିକ ରହିଛି। ଏହି ଜିଲ୍ଲା ମାନଙ୍କ ଭିତରେ ରହିଛି ବାଲେଶ୍ୱର। କରୋନା ଯୋଗୁ ଯେଉଁଠି ସାରା ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି କରାଯାଇଥିଲା, ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି। ବଡ଼ କଥା ହେଉଛି କେବଳ ସେପ୍ଟେମ୍ବର ମାସରେ ହିଁ ଦୁର୍ଘଟଣାରେ ଯାଇଛି ୨୦ ଜଣଙ୍କ ଜୀବନ।

ବେପରୁଆ ଗାଡିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ସହ ଏସବୁ ଜିଲ୍ଲାପାଳଙ୍କୁ ସକ୍ଷକ ସୁରକ୍ଷା ଆଇନକୁ କଡ଼ାକଡ଼ି ପାଳନ କରିବାକଗୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାହା ପରେ ଏବେ ପ୍ରଶାସନ ମଧ୍ୟ ଚେତିଛି। ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ତାଗିଦ କରିଛନ୍ତି। ନୂଆ ସଡ଼କ ସୁରକ୍ଷା ଆଇନକୁ କଡ଼ାକଡ଼ି ପାଳନ କରିବାକୁ ତାଗିଦ୍ କରିଛନ୍ତି ଜିଲ୍ଲାପାଳ।

ବିଶେଷ କରି ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଘଟିଛି। ୩୫ଟି ବ୍ଲାକ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ ସତ୍ତ୍ୱେ ସୋର ଥାନା ଅଞ୍ଚଳରେ ଦୁର୍ଘଟଣାରେ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ରହିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ବାଇକ୍ ଚାଳକ ଅଧିକ ରହିଛନ୍ତି। ବିନା ହେଲମେଟରେ ଗାଡ଼ି ଚାଳନା ଓ ଦ୍ରୁତଗତିରେ ଗାଡ଼ି ଚଳାଇବା ଯୋଗୁ ଏସବୁ ଦୁର୍ଘଟଣା ଘଟୁଛି।

ସୁପ୍ରିମକୋର୍ଟ ମଧ୍ୟ ମାତ୍ରାଧିକ ଦୁର୍ଘଟଣା ଘଟୁଥିବା ନେଇ ରାଜ୍ୟଗୁଡ଼ିକ ତାଗିଦ କରିଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ତତ୍ପରତା ଦେଖାଇଛି ପ୍ରଶାସନ। ଏଣିକି ନିୟମିତ ପାଟ୍ରୋଲିଂ, ଜୋରିମାନା ଆଦାୟ, ଡ୍ରାଇଭିଂ ଲାଇସେନ୍ସ ବାତିଲ ସମେତ ଅନ୍ୟାନ୍ୟ କଠୋର ପଦକ୍ଷେପ ନିଆଯିବ ବୋଲି ଆରଟିଓ ସୂଚନା ଦେଇଛନ୍ତି।

Related story