ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଦୁଇ ପଞ୍ଚାୟତବାସୀ

ବାଲିଗୁଡ଼ା(ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ର ମଣ୍ଡାକିଆ ଓ ପେଟାପଙ୍ଗା ପଞ୍ଚାୟତର ଲୋକେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉଭୟ ପଞ୍ଚାୟତର ଶତାଧିକ ଲୋକେ ଗୁଟୁଗୁଡ଼ା ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସି ରହିଛନ୍ତି। ଫଳରେ ଜି.ଉଦୟଗିରି ଓ ସାରଙ୍ଗଗଡ଼ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ଦିନ ଧରି ଉଭୟ ପଞ୍ଚାୟତବାସୀଙ୍କ ଦାବିକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ […]

baliguda

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 11:50 AM IST

ବାଲିଗୁଡ଼ା(ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ର ମଣ୍ଡାକିଆ ଓ ପେଟାପଙ୍ଗା ପଞ୍ଚାୟତର ଲୋକେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉଭୟ ପଞ୍ଚାୟତର ଶତାଧିକ ଲୋକେ ଗୁଟୁଗୁଡ଼ା ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସି ରହିଛନ୍ତି। ଫଳରେ ଜି.ଉଦୟଗିରି ଓ ସାରଙ୍ଗଗଡ଼ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଦୀର୍ଘ ଦିନ ଧରି ଉଭୟ ପଞ୍ଚାୟତବାସୀଙ୍କ ଦାବିକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁକୁ ରାସ୍ତା ଓ ବିଦ୍ୟୁତ୍‌ ଆଦି ସମସ୍ୟା ନେଇ ଲୋକେ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି।

Related story