ଦାବି ଶୁଣୁନି ସରକାର, ରାସ୍ତାକୁ ଓହ୍ଲାଇଲା ଭଞ୍ଜସେନା

ବାରିପଦା(ମାଣିକ ଲାଲ ପାଣି): ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ପରେ ଚାପ ପ୍ରୟୋଗ ନିମନ୍ତେ ବାରିପଦା ସହର ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର ପାଲବଣି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ରାସ୍ତାରୋକ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଲ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ । ଭଞ୍ଜ ସେନା ପକ୍ଷରୁ ଏହି ହରତାଳ ଡାକରା ଦିଆଯାଇଥିବା ବେଳେ ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି […]

bpd

Niharika Rout
  • Published: Monday, 09 May 2022
  • , Updated: 09 May 2022, 12:56 PM IST

ବାରିପଦା(ମାଣିକ ଲାଲ ପାଣି): ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ପରେ ଚାପ ପ୍ରୟୋଗ ନିମନ୍ତେ ବାରିପଦା ସହର ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର ପାଲବଣି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ରାସ୍ତାରୋକ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଲ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ । ଭଞ୍ଜ ସେନା ପକ୍ଷରୁ ଏହି ହରତାଳ ଡାକରା ଦିଆଯାଇଥିବା ବେଳେ ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ମୟୂରଭଞ୍ଜ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଡାକ୍ତରଖାନାମାନଙ୍କରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଅଘୋଷିତ  ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା, ଉନ୍ନତ ବିଦ୍ୟୁତ୍‌ ସେବା ଯୋଗାଇ ଦେବା, ଗୁଣାତ୍ମକ ଶିକ୍ଷା,  ସ୍କୁଲ କଲେଜମାନଙ୍କରେ ଶିକ୍ଷକ ପଦ ପଦବୀ ପୂରଣ ଓ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ବେକାରୀ ଦୂରୀକରଣପରି ପ୍ରମୁଖ ଦାବୀଗୁଡିକ ସମ୍ପର୍କରେ ପୂର୍ବରୁ ବହୁଥର ଭଞ୍ଜସେନା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଉନି କିମ୍ବା ସମସ୍ୟାର ସମାଧାନ ହେଉନି।

[caption id="attachment_733197" align="aligncenter" width="650"] ରାସ୍ତାରେ ଯାନବାହନ ଅଟକି ରହିଛି।[/caption]

ଏହା ପ୍ରତିବାଦରେ ଆଜି ଭଞ୍ଜସେନା ପକ୍ଷରୁ ହରତାଲ ଡାକରା ଦିଆଯାଇଛି।  ଫଳରେ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି।

Related story