ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତା ଅବରୋଧ

ଭଦ୍ରକ(ପାର୍ଥ ସାରଥୀ ନାୟକ); ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବିରେ ଭଦ୍ରକ ଜିଲ୍ଲା ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିକ୍ଷୋଭକାରୀ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରପଦା ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହା ପ୍ରଭାବରେ ବରପଦାରେ ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ବରପଦା ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। […]

bhadrak-1-1

Niharika Rout
  • Published: Monday, 30 September 2019
  • , Updated: 30 September 2019, 12:37 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ); ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବିରେ ଭଦ୍ରକ ଜିଲ୍ଲା ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିକ୍ଷୋଭକାରୀ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରପଦା ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହା ପ୍ରଭାବରେ ବରପଦାରେ ଦୋକାନ ବଜାର ବନ୍ଦ ରହିଛି ।

ଆନ୍ଦୋଳନକାରୀମାନେ ବରପଦା ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବରପଦା-ଆନନ୍ଦପୁର, ବରପଦା-ଆଗରପଡାକୁ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭିଯୋଗ ଅନୁସାରେ, ବରପଦା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଉପରେ କିଛି ବ୍ୟକ୍ତି ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ କରିଛନ୍ତି। ଏହାସହ କିଛି ମୁଷ୍ଟିମେୟ ଲୋକ ଜାଗା ଜବରଦଖଲ କରି ରଖିଛନ୍ତି । ଫଳରେ ବର୍ଷା ଦିନେ ଡ୍ରେନରେ  ପାଣି ନିଷ୍କାସିତ ହୋଇନପାରି ବଜାରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏନେଇ ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲା । ତେବେ ପ୍ରଶାସନ ଏନେଇ ନଶୁଣିବା ପରେ ଶେଷରେ ବାଧ୍ୟ ହୋଇ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି।

Related story