ଲଗାଣ ବର୍ଷାରେ ଧୋଇଗଲା ରାସ୍ତା
- Published: Tuesday, 14 August 2018
- , Updated: 14 August 2018, 09:00 AM IST
<p>ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟ ସିତାପଡ଼ି ଠାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତା ଧୋଇ ଯାଇଛି। ଫଳରେ ରାୟପୁର-ଗୋପାଳପୁର ୫୯ ନମ୍ୱର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।</p>
<p>ଏଥିସହ ବାଲିଗୁଡ଼ାରୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ଦିଗରେ ଶତାଧିକ ଗାଡ଼ି ଅଟକି ରହିଛି। ବସ୍‌ ଗୁଡ଼ିକ ଅଟକି ରହିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।</p>