ରୋଡ୍ ରୋମିଓଙ୍କୁ ଛେଚିଲେ ଯୁବତୀ; ଭିଡିଓ ଭାଇରାଲ୍

ଜୟପୁର(ଟି.ଗୌରୀଶଙ୍କର): ବିଚ୍‌ ରାସ୍ତାରେ ରୋଡ୍ ରୋମିଓଙ୍କୁ ଛେଚିଲେ ଯୁବତୀ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।  ଏହି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସହରସ୍ଥିତ ଜୟନଗର ପାର୍କ ନିକଟରେ ଘଟିଥିବା ଭିଡିଓରୁ ଜଣାପଡ଼ିଛି। ତେବେ କିଛି ଯୁବତୀ ଟ୍ୟୁସନ୍‌ କିମ୍ୱା କୋଚିଂରୁ ଫେରୁଥିବା ବେଳେ ଜଣେ ଯୁବକ କମେଣ୍ଟ ମାରିଥିବାରୁ ଯୁବତୀ ଜଣକ ଯୁବକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣା ଗତକାଲି ଘଟିଥିବା କୁହାଯାଉଛି। ଏଯାଏ ଯୁବତୀଙ୍କ ପରିଚୟ ମିଳିପାରି […]

jeypore

Jyoshna Pradhan
  • Published: Wednesday, 04 December 2019
  • , Updated: 04 December 2019, 02:55 PM IST

ଜୟପୁର(ଟି.ଗୌରୀଶଙ୍କର): ବିଚ୍‌ ରାସ୍ତାରେ ରୋଡ୍ ରୋମିଓଙ୍କୁ ଛେଚିଲେ ଯୁବତୀ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।  ଏହି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସହରସ୍ଥିତ ଜୟନଗର ପାର୍କ ନିକଟରେ ଘଟିଥିବା ଭିଡିଓରୁ ଜଣାପଡ଼ିଛି। ତେବେ କିଛି ଯୁବତୀ ଟ୍ୟୁସନ୍‌ କିମ୍ୱା କୋଚିଂରୁ ଫେରୁଥିବା ବେଳେ ଜଣେ ଯୁବକ କମେଣ୍ଟ ମାରିଥିବାରୁ ଯୁବତୀ ଜଣକ ଯୁବକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣା ଗତକାଲି ଘଟିଥିବା କୁହାଯାଉଛି। ଏଯାଏ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ହେଲେ ଯୁବତୀ ଜଣକ ସହରରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Related story